fbpx

‘ମୋ ବ୍ରା ସାଇଜ୍ ଭଗବାନ ନେଉଛନ୍ତି’ କହି ଅଡ଼ୁଆରେ ଶ୍ୱେତା, ଥାନାରେ ମାମଲା ରୁଜୁ

ଭୋପାଳ: ଅଭିନେତ୍ରୀ ଶ୍ୱେତା ତିୱାରୀ ନିକଟରେ କହିଥିବା ନିଜର ବିବାଦୀୟ ବୟାନକୁ ନେଇ ଅଡ଼ୁଆରେ ଫସିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ତାଙ୍କ ପାଇଁ ସମସ୍ୟା ବଢ଼ିଯାଇଛି । ଦୁଇଦିନ ତଳେ ଭୋପାଳରେ ନିଜର ଏକ ୱେବସିରିଜ୍ ର ଘୋଷଣା କରିବା ପାଇଁ ଯାଇଥିଲେ । ଏହି ସମୟରେ ଏକ ପ୍ରେସ୍ ମିଟ୍ ରେ ଅନ୍ତଃବସ୍ତ୍ର ଓ ଭଗବାନଙ୍କୁ ନେଇ ବିବାଦୀତ ବୟାନ ଦେଇଥିଲେ । ଏବେ ଏହି ବୟାନ ଆଧାରରେ ଭୋପାଳ ପୋଲିସ୍ ଷ୍ଟେସନ୍ ରେ ଶ୍ୱେତାଙ୍କ ବିରୋଧରେ ଏଫଆଇଆର୍ ଦାୟର୍ କରାଯାଇଛି ।

ଗତକାଲି ଶ୍ୱେତାଙ୍କ ଏହି ବୟାନରେ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ଆପତ୍ତି ପ୍ରକାଶ କରିଥିଲେ ଓ ପୋଲିସ୍ କମିଶନରଙ୍କୁ ତଦନ୍ତ ରିପୋର୍ଟ ୨୪ ଘଣ୍ଟା ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ପୋଲିସ୍ ଅଭିନେତ୍ରୀଙ୍କ ବୟାନକୁ ଶୁଣି କହିଥିଲା ଯେ, ତାଙ୍କ ବୟାନ ଧାର୍ମିକ ଭାବନାକୁ ଆଘାତ କରିଛି । ଏବେ ତାଙ୍କ ବିରୋଧରେ ଭୋପାଳର ଏକ ପୋଲିସ୍ ଷ୍ଟେସନ୍ ଅଭିଯୋଗ କରାଯାଇଛି । ମାମଲା ରୁଜୁ ମଧ୍ୟ ହୋଇଛି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ଶ୍ୱେତା ତିୱାରୀ ଗଣମାଧ୍ୟମର ଏକ ପ୍ରେସ୍ ମିଟ୍ ରେ କହିଥିଲେ ଯେ, ତାଙ୍କ ବ୍ରା ସାଇଜ୍ ଭଗବାନ୍ ନେଉଛନ୍ତି । ଏହି ମାମଲାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଆନ୍ଦୋନଳକୁ ଓହ୍ଲାଇ ଆସିଥିଲେ । ଭୋପାଳରେ ଶ୍ୱେତାଙ୍କ ପୋଷ୍ଟର୍ ଜଳାଇ ବିରୋଧ ପ୍ରଦର୍ଶନ କରିଥିଲେ । ଏବେ ଏହି ମାମଲାର ତଦନ୍ତ କରିବାକୁ ଅପିଲ୍ କରାଯାଇଛି ।

Get real time updates directly on you device, subscribe now.