fbpx
BSKY
BJD SHG SKY
BJD MC SKY

ଶ୍ରୀ କ୍ଷେତ୍ରରେ ପୁଣି ନିଆଁ ; ରେଳ ଷ୍ଟେସନ ଆଶ୍ରମ ଛକରେ ହୁତୁହୁତୁ ଜଳୁଛି

ପୁରୀ : ଶ୍ରୀକ୍ଷେତ୍ରରେ ଲିଭୁନି ନିଆଁ । ସପ୍ତାହ ମଧ୍ୟରେ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି । ଗୋଟିଏ ଅଗ୍ନିକାଣ୍ଡର ଧୂଆଁ ଥମି ନଥିବା ବେଳେ ଏବେ ଆଉ ଗୋଟେ ଅଗ୍ନିକାଣ୍ଡର ଧୂଆଁ ପୁରୀ ସହରରକୁ ଆଚ୍ଛାଦିତ କରୁଛି । ଗତ ସପ୍ତାହରେ ଦୁଇ ଥର ନିଆଁ ଲାଗିଥିବା ବେଳେ ଆଜିକୁ ମିଶାଇ ଏହା ୩ ଥର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୁଣି ଶନିବାର ସକାଳେ ପୁରୀରେ ରେଳ ଷ୍ଟେସନ ନିକଟ ଆଶ୍ରମ ଛକରେ ଅଗ୍ନିକାଣ୍ଡ ଘଟିଛି । ଅଳିଆ ଗଦାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଅୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର କୌଣସି ପତ୍ତା ମିଳିନାହିଁ ।

ସୂଚନାଯୋଗ୍ୟ : ଗତକାଲି ପୁରୀର ନିଳାଦ୍ରୀ କମ୍ପ୍ଲେକ୍ସର ହାଣ୍ଡଲୁମ ଶୋ’ ରୁମରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ । ଏହା ପୂର୍ବରୁ ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଆଁ ସାରା ମାର୍କେଟକୁ ବ୍ୟାପିଯାଇଥିଲା । ନିକଟରେ ଥିବା ଦୋକାନଗୁଡ଼ିକରେ ପୋଷାକ, ଚପଲ, କସମେଟିକ୍ସ ଜିନିଷ ରହିଥିବାରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡ଼ିଥିଲା । ତେବେ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକକଳ ବାହିନୀ ଉପସ୍ଥିତ ରହି ସଂଘର୍ଷ ଚଳାଇଥିଲେ ହେଁ ନିଆଁ ଲିଭିବାର ନାଁ ଧରିନଥିଲା । ଶେଷରେ ଦୀର୍ଘ ୩୬ ଘଣ୍ଟାର ପ୍ରୟାସ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁ ଆୟତ୍ତ ହୋଇଥିଲା ।

ତେବେ ବାରମ୍ବାର ନିଆଁ ଲାଗିବା କାରଣରୁ ସହରବାସୀ ଯେତିକି ଭୟବୀତ ଅଛନ୍ତି ତାଠାରୁ ଅଧିକ ଭୟବୀତ ଅଛନ୍ତି ପର୍ଯ୍ୟଟକ । କାରଣ ବଡଦିଅଁ ଦର୍ଶନ ପାଇଁ ପ୍ରତିଦିନ ପୁରୀକୁ ଶହ ଶହ ପର୍ଯ୍ୟଟନଙ୍କ ସୁଅ ଛୁଟେ । ଯଦି ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟଣା ଘଟେ ପର୍ଯ୍ୟଟକଙ୍କ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.