fbpx

ସତୀଶଙ୍କ ମୃତ୍ୟୁ ମାମଲାରେ ପୋଲିସର ସନ୍ଦେହ! ଫାର୍ମ ହାଉସରୁ ସନ୍ଦିଗ୍ଧ ଜିନିଷ ଜବତ କଲା ପୋଲିସ

ନୂଆଦିଲ୍ଲୀ: ବଲିଉଡ ଜଗତର ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ପୋଲିସ ଏକ ନୂଆ ଖୁଲାସା କରିଛି । ପୋଲିସର କହିବା ଅନୁଯାୟୀ ସତୀଶଙ୍କ ମୃତ୍ୟୁ ଏକ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଛି । କାରଣ ମୃତ୍ୟୁ ପରେ ଫାର୍ମ ହାଉସରୁ ପୋଲିସକୁ ମିଳିଛି କିଛି ସନ୍ଦିଗ୍ଧ ଜିନିଷ । ଏହା ଏବେ ସତୀଶଙ୍କ ମୃତ୍ୟୁ ଘଟଣାର ସୂତା କିଅକୁ ଅଡୁଆ କରିଦେଇଛି । ତେବେ ପୋଲିସ ଏବେ ପୋଷ୍ଟମର୍ଯମ ରିପୋର୍ଟକୁ ଅପେକ୍ଷା କରିଛି ।

ସତୀଶଙ୍କ ମୃତ୍ୟୁ ପରେ ଫାର୍ମ ହାଉସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ତଦନ୍ତ ସମୟରେ ଏଠାରେ ପୋଲିସକୁ ମିଳିଛି କିଛି ଔଷଧ ଯାହା ସତୀଶଙ୍କ ମୃତ୍ୟୁ ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି । ପୋଲିସର ଏକ କ୍ରାଇମ ଟିମ୍ ହୋଲି ପାର୍ଟି ହୋଇଥିବା ଫାର୍ମ ହାଉସରେ ପହଞ୍ଚିଛି । ସୂଚନା ଅନୁସାରେ, ଜଣେ ବ୍ୟବସାୟୀଙ୍କ ଫାର୍ମ ହାଉସରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା । ତେଣୁ ଏହି ପାର୍ଟିରେ ଉପସ୍ଥିତ ଥିବା ଅତିଥିମାନଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ପୋଲିସ । ଏହାସହିତ ସତୀଶଙ୍କ ମୃତ୍ୟୁ ପରେ ଫେରାର ଥିବା ଏହି ବ୍ୟବସାୟୀଭ୍କୁ ପୋଲିସ ଖୋଜିବାରେ ଲାଗିଛି ।

ଗୁରୁବାର ସତୀଶଙ୍କର ହୃଦଗାତ ଯୋଗୁଁ ମୃତ୍ୟୁ ହୋଇତିବା ନେଇ ସୂଚନା ମିଳିଥିଲା । ତେବେ ଏହାପରେ ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ମେଡିକାଲରେ ସତୀଶଙ୍କର ପୋଷ୍ଟ ମର୍ଟମ କରାଯାଇଛି । ଦିଲ୍ଲୀ ପୋଲିସର ଡେପୁଟୀ କମିଶନର ମନୋଜ ସି. କହିଛନ୍ତି ଯେ ପ୍ରତ୍ୟେକ ମୃତ୍ୟୁ ମାମଲାରେ ପୋଲିସ ତରଫରୁ ସିଆରପିସି ଦାରା ୧୭୪ ଅନୁଯାୟୀ ମାମଲା ରୁଜୁ ହୋଇଥାଏ । ତେବେ ମାମଲାରେ ମୃତ୍ୟୁ ରହସ୍ୟମୟୀ ଆକାରରେ ହୋଇଛି ନା ଏହା ପଛରେ ଅପ୍ରାକୃତିକ କାରଣ ରହିଛି ସେ ନେଇ ସ୍ପଷ୍ଟ କରିବା ପାଇଁ ଏହି ମାମଲା ରୁଜୁ ହୋଇତାଏ ବୋଲି କହିଛନ୍ତି ଡେପୁଟୀ କମିଶନର ।

Get real time updates directly on you device, subscribe now.