fbpx

ଏକ ବର୍ଷର ଶିଶୁ ମସ୍ତିଷ୍କରେ ଭ୍ରୁଣ, ବାହାରିବ କିପରି…. ଡାକ୍ତରମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଡାକ୍ତରୀ ବିଜ୍ଞାନରେ ଅନେକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଥାଏ । ସେହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି ଯାହା ସମଗ୍ର ଚିକିତ୍ସା ଜଗତକୁ ଆଶ୍ଚର‌୍ୟ୍ୟ କରି ଦେଇଛି। ଏହି ଘଟଣାଟି ଚୀନରେ ଘଟିଛି ।

ଏକ ବର୍ଷ ପୂର୍ବେ ଝିଅଟିର ଜନ୍ମ ହୋଇଥିଲା । ଜନ୍ମ ପର ଠାରୁ ଝିଅଟିର ମୁଣ୍ଡର ଆକାର କ୍ରମାଗତ ଭାବରେ ବୃଦ୍ଧି ପାଇବାକୁ ଲାଗିଲା । ଏଭଳି ପରିସ୍ଥିତିରେ ଶିଶୁଟିର ପିତାମାତା ତାଙ୍କୁ ଡାକ୍ତରଖାନା ନେଇଥିଲେ ଯେଉଁଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ପରୀକ୍ଷା ପରେ ଡାକ୍ତରମାନେ ଯାହା ଜାଣିଲେ ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲେ । ଝିଅଟିର ମସ୍ତିଷ୍କ ଭିତରେ ଏକ ଭ୍ରୁଣ ତିବା ସିଟି ସ୍କାନ୍ ରିପୋର୍ଟରୁ ଜଣାପଡିଥିଲା ।

 

ଶିଶୁକନ୍ୟା ମୁସ୍ତିଷ୍କରେ ଥିବା ଭ୍ରୁଣ ୪ ଇଞ୍ଚ୍ ପର୍ଯ୍ୟନ୍ତ ବଢିସାରିଥିବା ବେଳେ ମେରୁଦଣ୍ଡ, ଆଙ୍ଗୁଠି ଏବଂ ନଖ ବିକାଶ ହୋଇସାରିଥିଲା । ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି ଭ୍ରୁଣଟି ମା’ ଗର୍ଭରେ ଥିବା ଅବସ୍ଥାରେ ରହିଛି । ଅର୍ଥାତ୍ ଶିଶୁକନ୍ୟାଟି ଯେତେବେଳେ ମା’ ଗର୍ଭରେ ଥିଲା ସେବେଠାରୁ ତା ମୁଣ୍ଡରେ ଭ୍ରୁଣ ରହିଯାଇଛି । ଚିକିତ୍ସା ବିଜ୍ଞାନରେ ଏହାକୁ ଯାଆଁଳା ବୋଲି କୁହାଯାଏ । ଏହି ପରିସ୍ଥିତିରେ, ମାତୃ ଗର୍ଭରେ ଥିବା ଦୁଇଟି ଭ୍ରୁଣ ମଧ୍ୟରୁ ଗୋଟିଏ ଭ୍ରୁଣ ଅନ୍ୟ ଭ୍ରୁଣ ଭିତରେ ବିକାଶ ଆରମ୍ଭ କରେ । ଯେତେବେଳେ ଦୁଇଟି ଭ୍ରୁଣ ସଠିକ୍ ଭାବରେ ଅଲଗା ନହୁଏ ସେତେବେଳେ ଏହା ହୁଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ ଇତିହାସରେ ପ୍ରାୟ ୨୦୦ ଏଭଳି ରିପୋର୍ଟ ମଧ୍ୟରୁ କେବଳ ମସ୍ତିଷ୍କ ଭିତରେ ଗର୍ଭସ୍ଥ ବିକାଶର ପ୍ରାୟ ୧୮ ଟି ମାମଲା ଆସିଛି। ଅନେକ କ୍ଷେତ୍ରରେ ପେଟ, ଅନ୍ତନଳୀ, ପାଟି ଏବଂ ସ୍କ୍ରୋଟମ୍ରେ ଭ୍ରୁଣ ରହିଥାଏ ।

Get real time updates directly on you device, subscribe now.