fbpx

ଜଳିଗଲା ଅବକାରୀ କାର୍ଯ୍ୟାଳୟ: ଭୟାବହ ଅଗ୍ନିକାଣ୍ଡରେ ଗାଡ଼ି-କାଗଜପତ୍ର ପୋଡ଼ି ପାଉଁଶ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ସେପଟେ ଅଗ୍ନିକାଣ୍ଡ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କୌଣସି ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ । ପୋଲିସ ମାମଲାକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.