fbpx

ଆଇପିଓ ଲଞ୍ଚ ମଧ୍ୟରେ ଏଲ୍ଆଇସି ଅଫିସରେ ଲାଗିଲା ନିଆଁ: ୮ ଦମକଳ ମୁତୟନ

ନୂଆଦିଲ୍ଲୀ: ଏଲ୍ଆଇସିର ଆଇପିଓ ଲଞ୍ଚକୁ ୩ ଦିନ ବିତିଗଲାଣି । ମାତ୍ର ୨ ଦିନ ମଧ୍ୟରେ ଶତପ୍ରତିଶତ ସବସ୍କ୍ରିପସନ୍ ହୋଇଥିବା ଏଲ୍ଆଇସିର ଆଇପିଓ ନିବେଶ ବଜାରରେ ନିଆଁ ଲଗାଇଥିବା ବେଳେ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ନିଆଁ ଲାଗିଛି । ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଲାଗିଛି ନିଆଁ । ଶନିବାର ସକାଳେ ବିଲ୍ଡିଂରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ମୁମ୍ବାଇର ସାଂତାକ୍ରୁଜ ଅଂଚଳରେ ଅବସ୍ଥିତ ଥିବା ଏହି ଏଲଆଇସି ବିଲ୍ଡିଂରେ ନିଆଁ ଲାଗିଛି । ସୂଚନା ଅନୁସାରେ ବିଲ୍ଡିଂରେ ନିଆଁର ପ୍ରକୋପ ଏତେ ଅଯିକ ମାତ୍ରାରେ ଥିଲା ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଦମକଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ।  ସୂଛନା ଅନୁଯାୟୀ ଏବେ ପଯର୍ୟନ୍ତ ଏବଳି ଅଗ୍ନିକାଣ୍ଡରେ କୌଶଣି ବ୍ୟକ୍ତି ଆହତ ହୋଇଥିବା ସୁଚନା ମିଳିନାହିଁ । ଏଠାରେ ଜଣାପଡିଛି ଯେ, ଅଦ୍ନିଶମ ବିବାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାବେଳେ ନିଆଁ ଅନ୍ୟ ଏକ ବିଲ୍ଡିଂକୁ ବ୍ୟାପିଛି ।

ଏହା ସହିତ ସ୍ୟଲେରୀ ସେଭିଙ୍ଗ ସେକ୍ସନ ମଧ୍ୟ ଜଳିସାରିଥିବା ଜଣାପଡିଛି । ଏହା ସହିତ ସମସ୍ତ କମ୍ପ୍ୟୁଟର, ଫାଇଲ, ପର୍ଣ୍ଣିଚର, ମାନ ନିଁଆଁ ସହ ଧୁଆଁରେ ଜଳି ସାରିଲାଣି । ସୂଛନା ଅନୁସାରେ ଏଲଆଇସିର ଏହି ଦୁଇ ମହଲା ବିଶିଷ୍ଟ ବିଲ୍ଡିଂଟିରେ ନିଆଁ ଲିଭାଇବା ପାଇଁ ବର୍ତ୍ତମାନ ୮ଟି ମୋଟର ପଂମ୍ପରୁ ଛୋଟ ପଇପଲାଇନ ସାହାଯ୍ୟରେ ଲିଭା ଚାଲିଛି । ଅନ୍ୟପଟେ ନିଆଁ ଲାଗିବାର କାରଣ ଜାଣିବା ପାଇଁ ଚେଷ୍ଟା ଚାଲୁଛି ।

Get real time updates directly on you device, subscribe now.