fbpx

SBI ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁ ବାହାରୁଥିବା ଦେଖି ଛାନିଆ ଲୋକେ

ଓଡିଶା ଭାସ୍କର: ଏସବିଆଇ ବ୍ୟାଙ୍କ ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । ଆନନ୍ଦପୁର  ପୌରାଞ୍ଚଳ, ଘଷିପୁରା ଥନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ଯାଙ୍କ  ଶାଖାରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ବିଳମ୍ବିତ ରାତିରେ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ । ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବା ପରେ ଶାଖା ପରିଚାଳକଙ୍କ ସମେତ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା ।

ତେବେ ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ  ପ୍ରକୋଷ୍ଠ ର କିଛି କାଗଜ ପତ୍ର ସହ ଏକ କମ୍ୟୁଟର ପୋଡି ଯାଇଥିବା ଜଣାପଡିଛି । ତେବେ କୌଣସି ବଡ ଧରଣର କ୍ଷତି ଘଟିନଥିବା ସୂଚନା ଦେଇଛନ୍ତି ଶାଖା ପରିଚାଳକ । ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିଲା ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.