ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ। ରାଜଧାନୀ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳକୁ ୧୫ଟି ଦମକଳ ଗାଡ଼ି ପଠାଯାଇଛି। ଏହି ଦମକଳ ଗାଡ଼ିଗୁଡ଼ିକ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ କେହି ଆହତ ହୋଇଥିବା ଖବର ମିଲିପାରିନାହିଁ।
ସୂଚନା ଅନୁଯାୟୀ, ସନ୍ଧ୍ୟା ୬:୪୭ ସମୟରେ, କରୋଲବାଗରେ ଥିବା ବିଶାଳ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଅଗ୍ନିଶମ ବାହିନୀକୁ ମିଳିଥିଲା। ସୂଚନା ମିଳିବା ମାତ୍ରେ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ଏବେବି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି। ହେଲେ କୌଣସି କ୍ଷୟକ୍ଷତିର ସୂଚନା ଏବେଯାଏଁ ଆସିନାହିଁ।