fbpx
BSKY SKY
BSKY SKY

ମୁମ୍ବାଇର ୬୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ପ୍ରାଣ ବିକଳରେ ଛାତରୁ ଡେଇଁ ଜଣଙ୍କ ମୃତ୍ୟୁ

BSKY

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ୬୦ ମହଲା କୋଠାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କର୍ରି ରୋଡ୍ ସ୍ଥିତ ଅଭିଘ୍ନ ପାର୍କ କୋଠାରେ ଏହି ଭୟଙ୍କର ନିଆଁ ଲାଗିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ନିଆଁରୁ ବଞ୍ଚିବା ପାଇଁ ୧୯ତମ ମହଲାରୁ ଜଣେ ବ୍ୟକ୍ତିଙ୍କ ଡେଇଁବାରୁ ମୃତ୍ୟୁ ଘଟିଛି । ୩୦ ବର୍ଷୀୟ ଏହି ଯୁବକ ଜୀବନ ବିକଳରେ କୋଠାରୁ ଡେଇଁ ପଡିଥିଲେ । ତାଙ୍କୁ ତୁରନ୍ତ କେଇଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ କାଢିବାକୁ ଉଦ୍ୟମ ଚଳାଇଛନ୍ତି । ମୁମ୍ବାଇ ପୋଲିସ ଓ ଫାୟର ବିଗ୍ରେଡର ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ମଧ୍ୟାହ୍ନା ପ୍ରାୟ ୧୨ଟାରେ ଘଟିଛି । ନିଆଁକୁ ଆୟତ୍ତ ପାଇଁ ଘଟଣାସ୍ଥଳରେ ୨୪ ଦମକଳ ଏବଂ ୫ ବଡ ଟ୍ୟାଙ୍କର ଲାଗିଛନ୍ତି । ଏବେ ସୁଦ୍ଧା ବଡ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରାଯାଇଛି ।

୧୯ତମ ମହଲାରୁ ଡେଇଁ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ନାମ, ଅରୁଣ ତଓଫ୍ୱାରୀ । ମୁମ୍ବାଇ ମେୟର କିଶୋର ପେଡନେକର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରାୟ ୨୪ ଦମକଳ ଗାଡି ନିଆଁ ଆୟତ୍ତରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ଯାଏଁ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

Get real time updates directly on you device, subscribe now.