fbpx

ହଷ୍ଟେଲ ବିଲ୍ଡିଂରେ ଭିଷଣ ଅଗ୍ନିକାଣ୍ଡ, ୧୦ ମୃତ୍ୟୁ

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଙ୍ଗଟନ୍‌ର ଏକ ଚାରି ମହଲା ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିବା କଥା ସାମ୍ନାକୁ ଆସିଛି। ଏଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ସୂଚନା ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ କହିଛନ୍ତି।

ମୃତକଙ୍କ ସଠିକ୍ ତଥ୍ୟ ସେମାନଙ୍କ ପାଖରେ ନାହିଁ ବୋଲି ପୋଲିସ କହିଛି। ମୃତକଙ୍କ ସଂଖ୍ୟା ୧୦ ପାଖାପାଖି ହୋଇପାରେ ବୋଲି ପୋଲିସ କହିଛି। ରାତି ୧୨.୩୦ ରେ ଏପରି ଘଟଣା ପରେ ଜରୁରୀକାଳୀନ ସେବାକୁ ଡକାଯାଇଥିଲା।

ୱେଲିଙ୍ଗଟନ୍ ଫାୟାର ଏବଂ ଜରୁରୀକାଳୀନ ଜିଲ୍ଲା ପରିଚାଳକ ନିକ ପାଇଟ୍ କହିଛନ୍ତି ଯେ, ହଷ୍ଟେଲରେ ୫୨ ଜଣ ଲୋକ ଅଛନ୍ତି କିନ୍ତୁ ଏହା ନିଶ୍ଚିତ ହୋଇପାରିବ ନାହିଁ। ପାଇଟ୍ କହିଛନ୍ତି ଯେ, ମୁଁ ଏହି ସୂଚନାକୁ ଦୁଃଖରେ ଦେଉଛି ଯେ, ଏହି ଦୁର୍ଘଟଣାରେ ଅନେକ ଲୋକ ମରିପାରନ୍ତି। ଆମର ସମବେଦନା ମୃତକଙ୍କ ପରିବାର ସହିତ ଅଛି। ଏହା ଏକ ଯନ୍ତ୍ରଣାଦାୟକ ସ୍ୱପ୍ନ ପରି। ପୋଲିସ କହିଛି ଯେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ ଆମେ ଏହି ଘଟଣାର ବର୍ତ୍ତମାନ ଅନୁସନ୍ଧାନ କରୁଛୁ।

Get real time updates directly on you device, subscribe now.