Breaking: ୟୁନିୟନ୍ ବ୍ୟାଙ୍କରେ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
ଝାରସୁଗୁଡାରେ ଜଳିଗଲା ୟୁନିୟନ ବ୍ୟାଙ୍କ ।
ଭୁବନେଶ୍ବର: ବ୍ୟାଙ୍କରେ ଅଗ୍ନିକାଣ୍ଡ । ୟୁନିୟନ ବ୍ୟାଙ୍କରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଝାରସୁଗୁଡା ସରବାହାଲ ସ୍ଥିତ ୟିନିୟନ ବ୍ୟାଙ୍କରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି ।
ତେବେ ହୁତୁହୁତୁ ହୋଇ ନିଆଁ ସହିତ ଧୂଆଁ ମଧ୍ୟ ବାହାରୁଥିବା ଦେଖାଯାଇଛି । ତେବେ ଅନେକ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି ।
ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାଥମିକ ତଦନ୍ତ ଅନୁସାରେ, ସର୍ଟସର୍କିଟରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।
ତେବେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
ତେବେ କେତେ ପରିମାଣର କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରି ନାହିଁ । ତେବେ ଏହାର କାରଣ ସର୍ଟସର୍କିଟ ନା ଅନ୍ୟ କିଛି ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।