fbpx

ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ଦୀପଦାନ ଗୃହରେ ନିଆଁ ଲାଗିଯାଇଥିବା ସୂଚନା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ କୁହାଯାଉଥିବା ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଥିବା ଦୀପଦାନ ଗୃହରେ ନିଆଁ ଲାଗି ଯାଇଛି । ଏଠାରେ ତିନୋଟି ଦୀପଦାନ ଗୃହରେ ନିଆଁ ଲାଗିଥିବାରୁ ସେଥିମଧ୍ୟରୁ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁ ମାନେ ମହାଦୀପ ଜାଳି ଥିବାବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ, ନିଆଁକୁ ଆୟତ୍ତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଦମକଳ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.