fbpx

ରାଜଧାନୀରେ ଜଳୁଛି ବାର୍: ସର୍ଟ ସର୍କିଟ ଯୋଗୁଁ ଲାଗିଛି ଭୀଷଣ ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସହିଦନଗରରେ ଲାଗଛି ଭୀଷଣ ଅଗ୍ନିକାଣ୍ଡ । ସ୍ଥାନୀୟ ଭବାନୀ ମଲ ନିକଟରେ ଥିବା ଏକ ବାରରେ ନିଆଁ ଲାଗଯାଇଛି । ତେବେ ସର୍ଟ ସର୍କିଟ ଯୋଗୁଁ ବାରରେ ନିଆଁ ଲାଗିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ନିଆଁ ଭିତରେ ୪ ଜଣ ଫସି ରହିଛନ୍ତି । କିନ୍ତୁ ଦୋକାନ ଭିତରେ ପ୍ରବଳ ଧୂଆଁ ହୋଇ ରହିଛି । ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବା ସହିତ ବାଧା ଉପୁଜିଛି । ଦୋକାନ ଭିତରେ ହେଉଥିବା ପ୍ରବଳ ଧୂଆଁ ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି ।

Get real time updates directly on you device, subscribe now.