fbpx

ନିଆଁ ଝରଣା

ଝରଣାରୁ ପାଣି ଝରିବା ସ୍ୱାଭାବିକ କଥା । ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହା ଆଶ୍ଚର୍ଯ୍ୟ ହୋଇଥିଲେ ବି ସତ । କାର୍ଲିଫୋର୍ଣ୍ଣିଆରେ ରହିଛି ଏଭଳି ଏକ ଝରଣା । ଏଥିରେ ନିଆଁ ଭଳି ଲାଲ ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ ପଡ଼ିଥାଏ । ଏହି ଝରଣା ସ୍ଥାନୀୟ ୟେସୋମିଟି ଜାତୀୟ ଉଦ୍ୟାନରେ ରହିଛି । କ୍ୟାପ୍ଟେନ ପାହାଡ଼ରୁ ଏହା ପ୍ରବାହିତ ହେଉଛି । ଲୋକେ ଏହାକୁ ଫାୟାର ଫଲ କହିଥାନ୍ତି । ତେବେ ପ୍ରତିବର୍ଷ ଫେବୃଆରୀ ମାସର ଶେଷ ସପ୍ତାହରେ ଏଭଳି ଦୃଶ୍ୟ ସୂର୍ଯ୍ୟାସ୍ତ ସମୟରେ ଦେଖାଯାଇଥାଏ । ଏହି ସମୟରେ ଅସ୍ତ ସମୟରେ ଲାଲ ରଂଗର ସୂର୍ଯ୍ୟ ରଶ୍ମୀ ଝରଣା ପାଣିରେ ପ୍ରତିଫଳିତ ହୋଇଥାଏ । ଫଳରେ କିଛି ସମୟ ପାଇଁ ଝରଣାର ପାଣି ରଡ଼ ନିଆଁ ଭଳି ଲ।ଲ ଦିଶିଥାଏ ।

Get real time updates directly on you device, subscribe now.