fbpx

ଚଳନ୍ତା କାରରେ ଲାଗିଲା ନିଆଁ: ଜୀଅନ୍ତା ଜଳିଗଲେ ୬ ଯାତ୍ରୀ

କାରରେ ଲାଗିଲା ନିଆଁ ଜୀଅନ୍ତା ଜଳିଗଲେ ୬ ଯାତ୍ରୀ। ଆନ୍ଧ୍ର ପ୍ରଦେଶ ଚିତ୍ତୁର ଜିଲ୍ଲାରେ ଦେଖିôବାକୁ ମିଳିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା  । ଗୋଟିଏ କାରରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ସୂଚନା ଅନୁଯାୟୀ, ଚନ୍ଦ୍ରଗିରି ମଣ୍ଡଳର ଆଗରାଲା ନିକଟରେ ଭାରସାମ୍ୟ ହରାଇ କାରଟି ଡିଭାଇଡରରେ ପିଟି ହୋଇଥିଲା । ତେବେ ଡିଭାଇଡରରେ ପିଟି ହେବାପରେ କାରରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ବସିଥିବା ୬ ଜଣ ଜୀଅନ୍ତା ଜଳିଯାଇଛନ୍ତି ।

୬ ଜଣଙ୍କ ମଧ୍ୟରେ ଜଣେ ଶିଶୁ ଥିବା ନେଇ ମଧ୍ୟ ସୂଚନା ରହିଛି । କୁହାଯାଉଛି କାରରେ ୮ ଜଣ ଥିଲେ ସୋମନଙ୍କ ମଧ୍ୟରୁ ୬ ଜୀବନ୍ତ ଜଳିଯାଇଥିବାବେଳେ ୨ ଜଣକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.