fbpx

ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୨୦ ନବଜାତ ଶିଶୁ

Advertisement

ନୁଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ଜନକୁରୀ ଅଞ୍ଚଳସ୍ଥିତ ନ୍ୟୁ ବର୍ଣ୍ଣ ଚାଇଲ୍ଡ ହସ୍ପିଟାଲରେ ଭୀଷଣ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଖୁବ ଶୀଘ୍ର ରେସ୍କ୍ୟୁ ଅରେସନ ଆରମ୍ଭ କରାଯାଇଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶ୍ରମ ବାହିନୀର ସାହାଯ୍ୟ ନେଇ ନିଆଁକୁ କାବୁ କରାଯାଇଥିଲା ଏବଂ ହସ୍ପିଟାଲରେ ଥିବା ୨୦ଟି ନବଜାତ ଶିଶୁକୁ ସେଠାରୁ ତୁରନ୍ତ ଉଦ୍ଧାର କରଯ।ଇଥିଲା ।
ସୌଭାଗ୍ୟ ବଶତଃ ସବୁ ଛୁଆ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅଗ୍ନିଶ୍ରମ ବିଭାଗକାରୀଙ୍କ ସୂଚନା ଅନୁସାରେ , ସେମାନଙ୍କୁ ନିଆଁ ଲାଗିବାର ଖବର ବିଳମ୍ବିତ ରାତି ୧.୩୫ରେ ମିଳିଲା । ଏହା ପରେ ସେମାନେ ୯ଟି ଗାଡିକୁ ରେସ୍କ୍ୟୁ ପାଇଁ ପଠାଇଲେ । ହସ୍ପିଟାଲର କେତେକ ଆସବାବ ପତ୍ରରେ ମଧ୍ୟ ନିଆଁ ଲାଗିଯାଇଥିଲା । ରାତି ୨.୨୫ ମିନିଟରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଏହି ନିଆଁ ଦ୍ୱାରା କାହାରିକୁ କୌଣସି କ୍ଷତି ପହଁଞ୍ଚି ନାହିଁ ।

ତେବେ ଏହି ଘଟଣାଟି ଦିଲ୍ଲୀରେ ଶୁକ୍ରବାର ଦିନ ସକାଳୁ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଗ୍ନିଶ୍ରମବାହିନୀ ବିଭାଗର କର୍ମଚାରୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଁଚିଥିବାରୁ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.