fbpx

(video)ସଚିିବାଳୟରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ, ଉଦ୍ଧାର ଲାଗି ସେନାର ନିଆଗଲା ସାହାଯ୍ୟ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଶନିବାର ସକାଳେ ଏକ ବଡ ଦୁର୍ଘଟଣା ଘଟିଛି । ଏଠିକାର ବଲ୍ଲଭ ଭବନ (ସଚିବାଳୟ ଭବନ)ର ୧,୪,୫,୬ ମହଲାରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ସଚିବାଳୟର ୫ମ ମହଲାରେ ସବୁଠାରୁ ଅଧିକ କ୍ଷତି ଘଟିଛି । ଏହି ନିଆଁ ଧୀରେ ଧୀରେ ପୁରୁଣା ବିଲ୍ଡିଂରୁ ନୂଆ ବିଲ୍ଡିଂକୁ ବ୍ୟାପୁଛି । ଏହି ନୂଆ ବିଲ୍ଡିଂରେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଓ ପିଏସଙ୍କ କାର୍ଯ୍ୟାଳୟ ରହିଛି । ଏବେ ନିଆଁ ଲିଭାଇବାକୁ ସେନାର ସାହାଯ୍ୟ ନିଆଯାଇଛି ।

ପ୍ରଥମେ ସଚିବାଳୟର ପୁରୁଣା ଫାଇଲ୍ ଓ ଅଳିଆ ଗଦାରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଥିଲା । ଦେଖୁ ଦେଖୁ ଏହି ନିଆଁ ବ୍ୟାପକ ଆକାର ଧାରଣ କରିଥିଲା ଧ ଏହା ୪ର୍ଥ ମହଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ମନ୍ତ୍ରଣାଳୟ ଭବନରେ ନିଆଁ ଲାଗିବା ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଦେଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ବଲ୍ଲଭ ଭବନରେ ମଧ୍ୟପ୍ରଦେଶର ସଚିବାଳୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀଙ୍କ ଅଫିସ୍ ବି ରହିଛି । କିନ୍ତୁ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ନିଆଁ ଅଣାୟତ୍ତ ହୋଇ ଚାଲିଥିବା ଖବର ମିଳିଛି । ବିଲ୍ଡିଂରେ ବହୁ କର୍ମଚାରୀ ବି ଫସି ରହିଥିବା ଖବର ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ , ଫାୟାରବ୍ରିଗେଡ୍ ଟିମ୍ ନିଆଁଲିଭା କାର୍ଯ୍ୟରେ ଲାଗି ରହିଛନ୍ତି । ଏହାସହିତ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ନିୟୋଜିତ ରହିଛି ।

Get real time updates directly on you device, subscribe now.