fbpx

ଦୁଷ୍କର୍ମକାରୀଙ୍କୁ ଦଣ୍ଡ: ଦୁଇ ଅଭିଯୁକ୍ତଙ୍କୁ ଜିଅନ୍ତା ଜାଳିଦେଲେ ଗ୍ରାମବାସୀ

Advertisement

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଗ୍ରାମବାସୀମାନେ ନିଆଁ ଲଗାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ସଦର ଥାନା ଅନ୍ତର୍ଗତ ବସୁଆ ଅମ୍ବାଟୋଲି ଗ୍ରାମବାସୀମାନେ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସୁନୀଲ ଓରାଂୱ ଏବଂ ଆଶିଷ କୁମାରଙ୍କୁ ବାଇକ ସହିତ ହିଁ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି । ଅଭିଯୁକ୍ତଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚିର ରିମ୍ସ ଡାକ୍ତରଖାନାକୁ ପଠାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସୁନୀଲ ଓରାଂୱର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ତେବେ ଦୁଇ ଯୁବକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ସେହି ଗ୍ରାମର ଜଣେ ଯୁବତୀ । ଯୁବତୀ ଜଣକ କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଇଥିବା ସମୟରେ ଦୁଇଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଅଭିଯୁକ୍ତଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଏହା ବ୍ୟତୀତ ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଟାଙ୍ଗିଆରେ ମଧ୍ୟ ଆକ୍ରମଣ କରିଥିଲେ । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.