fbpx

କାବୁଲ ଏୟାରପୋର୍ଟରେ ଗୁଳିମାଡ଼ : ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ, ସାମ୍ନାକୁ ଆସିଲା ଭିଡିଓ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଯୁଗ ପୁଣି ଫେରିଆସିଛି ଓ ରାଷ୍ଟ୍ରପତି ଭବନକୁ ତାଲିବାନୀମାନେ ଦଖଲ କରିଛନ୍ତି । ଏକ ଫଟୋରେ ତାଲିବାନର ଏକ ଗୋଷ୍ଠୀ ରାଜଧାନୀ ବାକୁଲ ସ୍ଥିତ ରାଷ୍ଟ୍ରପତି ଭବନ ଭିତରେ ନଜର ଆସିଛନ୍ତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ତାଜିକିସ୍ତାନ ପଳାଇଥିବା ଜଣାପଡିଛି । କାବୁଲରେ ତାଲିବାନ୍ ପ୍ରବେଶ ପରେ ଲୋକଙ୍କୁ ନିଜ ଘରେ ବନ୍ଦ କରି ରଖିଛନ୍ତି ।

ତେବେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନ ପ୍ରବେଶ ପରେ କାବୁଲ ଏୟାରପୋର୍ଟରେ ହଜାର ହଜାର ଲୋକଙ୍କୁ ଦେଖିବାକୁ ମିଳୁଛି । ଅନେକ ଦେଶର କୂଟନୀତିଜ୍ଞଙ୍କୁ ମଧ୍ୟ କାବୁଲ ବିମାନବନ୍ଦରରୁ ଉଦ୍ଧାର କରି ନିଆଯାଉଛି । ତାଲିବାନଙ୍କ କବଜା ପରେ କାବୁଲ ଏୟାରପୋର୍ଟରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି । ଏୟାରପୋର୍ଟର ସବୁ ସ୍ଥାନରେ ଲୋକାମନେ ଏଣେତେଣେ ହୋଇ ଦୌଡୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ବ୍ୟତୀତ ଆଫଗାନିସ୍ତାନରେ ଥିବା ଆମେରିକା ଦୂତବାସରେ ୨ଟି ବଡ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ଏହି ବିସ୍ଫୋରଣରେ କେହି ଆହତ ହୋଇଛନ୍ତି ନା ମୃତ୍ୟୁବରଣ କରିଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ । ଆମେରିକା ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଲୁଚିବା ପାଇଁ କହିଛି ।

Get real time updates directly on you device, subscribe now.