fbpx

ଇତିହାସ ରଚିଲେ ନୀତିଶ, ମୁଖ୍ୟମନ୍ତ୍ରୀ ଭାବେ ୧୫ ଥର ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭୫ତମ ସ୍ୱାଧୀନତା ଦିବସ ଅବସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ନୀତିଶ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହିତ ବିହାରରେ ନୀତିଶଙ୍କର ସୁଶାନର ୫,୪୭୪ ଦିନ ପୂରିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ସଞ୍ଜୟ କୁମାର ଝା ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବିହାର ପାଇଁ ଏହା ଏକ ଗୌରବମୟ ମୁହୂର୍ତ୍ତ ଅଟେ । ଦେଶର ୭୫ତମ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ୧୫ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ସେବା, ସମର୍ପଣ, ସାହସ, ଧର୍ମ ଆଦି ଗୁଣର ପ୍ରତୀକ ନୀତିଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜନତାଙ୍କ ସେବା କରିବାର ସୁଯୋଗ ପାଇଛନ୍ତି । ଏହି ଅବସରରେ ନୀତିଶ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନାଙ୍କ ରେକର୍ଡ ପାରି କରିଛନ୍ତି । ଶ୍ରୀ ସିହ୍ନା ପ୍ରଥମ ଥର ପାଇଁ ୧୯୪୬ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ପରେ ୧୯୬୧ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଉକ୍ତ ପଦରେ ରହିଥିଲେ । ଆଜି ରାଜ୍ୟରେ ସୁଶାସନର ୫,୪୭୪ ଦିନ ପୂର୍ଣ୍ଣ ହୋଇଛି । ୨୦୦୫ରେ ନୀତିଶ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ୨୦୧୪ରେ ଇସ୍ତଫା ଦେଇଥିଲେ । ଏହାପରେ ଏକ ବର୍ଷରୁ କମ୍ ସମୟ ପାଇଁ ଜୀତନ ରାମ ମାଝି ଏହି ପଦରେ ରହିଥିଲେ । ଏହାପରଠାରୁ ନୀତିଶ ଉକ୍ତ ପଦରେ ରହିଆସିଛନ୍ତି । ନୀତିଶଙ୍କ ନେତୃତ୍ୱରେ ବିହାରର ପ୍ରଗତି ଓ ଶାନ୍ତିର ନୂଆ ମାନଦଣ୍ଡ ପ୍ରତିଷ୍ଠା ହୋଇଥିବା ସେ କହିଥିଲେ ।

Get real time updates directly on you device, subscribe now.