fbpx
BJD SKY
BJD SKY

ଗୋଟିଏ ବାଇକରେ ୭ ଜଣ, ପୋଲିସ କହିଲା- ‘ଚାଲାଣକୁ ନୁହେଁ, ବରଂ ଯମରାଜାଙ୍କୁ ଡର’

BJD

ନୂଆଦିଲ୍ଲୀ: ଗୋଟିଏ ବାଇକରେ ୨ରୁ ୩ ଜଣ ଯିବା କଷ୍ଟକର ହେଉଥିବା ବେଳେ ଉତ୍ତରପ୍ରଦେଶରୁ ଏପରି ଏକ ଫଟୋ ଆସିଛି, ଯେଉଁଥିରେ ଗୋଟିଏ ବାଇକରେ ୭ ଜଣ ବସିଥିବାର ଦେଖିବାକୁ ମିଳିଛି । ଗୋଟିଏ ବାଇକରେ ଏତେ ଜଣଙ୍କୁ ଦେଖି ଯୁପି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଥିଲା । ଏବେ ୟୁପି ପୋଲିସ ପକ୍ଷରୁ ଏହି ବାଇକର ଫଟୋ ସେୟାର କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ୟୁପି ପୋଲିସ ଟ୍ୱିଟରେ ଏହି ଫଟୋକୁ ସେୟାର କରି ଲେଖିଛି ଯେ, ‘ ଚାଲାଣକୁ ନୁହେଁ ବରଂ ଯମରାଜାଙ୍କୁ ଡର ।

ତେବେ ୟୁପି ପୋଲିସଙ୍କ କଥା ବି ସମ୍ପୂର୍ଣ୍ଣ ଠିକ୍ । କାରଣ ରାସ୍ତାରେ କେବଳ ଚାଲାଣ ଡରରେ ନିୟମ ପାଳନ ଉଚିତ୍ ନୁହେଁ, କାରଣ ନିୟମ ପାଳନ କରିବା ଦ୍ୱାରା ଲୋକାମାନେ ହିଁ ସୁରକ୍ଷିତ ରହିବେ ।

Get real time updates directly on you device, subscribe now.