fbpx

Aadhaar Cardରେ ଆଉ ପୂର୍ବ ପରି ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ, UIDAI ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଧାର କାର୍ଡରେ ଆଡ୍ରେସ୍ ଅପଡେଟ୍ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ୟୁଆଇଡିଏଆଇ ପକ୍ଷରୁ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ ପାଇଁ ନୂଆ ନିୟମ ଜାରି କରାଯାଇଛି । ପୂର୍ବରୁ ଆପଣମାନେ ବିନା ଆଡ୍ରେସ୍ ପ୍ରୁଫରେ ଆଡ୍ରେସ୍ ଅପଡେଟ୍ କରିପାରୁଥିଲେ । ମାତ୍ର ଏବେ ଆପଣ ବିନା ଆଡ୍ରେସ୍ ପ୍ରୁଫରେ ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ । ଏନେଇ ୟୁଆଇଡିଏଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ନିୟମ ବଦଳିବା ପରେ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ କରିବା ପୂର୍ବରୁ ଆପଣଙ୍କୁ ଡକ୍ୟୁମେଣ୍ଟ ଲିଷ୍ଟକୁ ଚେକ୍ କରିବାକୁ ପଡ଼ିବ । ଏହି ଡକ୍ୟୁମେଣ୍ଟ ସାହାଯ୍ୟରେ ଆପଣ ଆଡ୍ରେସ୍ ଅପଡେଟ୍ କରିପାରିବେ ।

ଆସନ୍ତୁ ଜାଣିବା ଏହାର ପ୍ରୋସେସ୍:

୧- ପ୍ରଥମେ ୟୁଆଇଡିଏଆଇର ୱେବସାଇଟକୁ ଯାଇ ‘Proceed to Update Aadhaar’ ଉପରେ କ୍ଲିକ୍ କରନ୍ତୁ ।

୨- ଏହାପରେ ଆପଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଇ ସିକ୍ୟୁରିଟି କୋର୍ଡ ଦିଅନ୍ତୁ ।

୩- ତା’ପରେ ‘Send OTP’ ଅପ୍ସନରେ କ୍ଲିକ୍ କରନ୍ତୁ ।

୪- ଏହାପରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଆସିବା ପରେ ତାହାକୁ ଦିଅନ୍ତୁ ।

୫- ଏହାପରେ ‘Login’ ଉପରେ କ୍ଲିକ କରିବା ପରେ ଆଧାର ଡିଟେଲସ୍ ସ୍କ୍ରିନ୍ ଉପରେ ଦେଖାଦେବ ।

୬- ଏଥିରେ ଆପଣ ଆଡ୍ରେସ୍ ପରିବର୍ତ୍ତନ କରନ୍ତୁ ଓ ଦିଆଯାଇଥିବା ୩୨ ଡକ୍ୟୁମେଣ୍ଟରୁ କୌଣସି ଗୋଟିଏର ସ୍କାନ୍ କପି ଅପଲୋଡ୍ କରି ସବମିଡ୍ କରି ଦିଅନ୍ତୁ ।

Get real time updates directly on you device, subscribe now.