fbpx

ସୁରକ୍ଷାକର୍ମୀ- ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ଓଡ଼ିଶା ଭାସ୍କର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଜାପୁର ଟୁଙ୍ଗାଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । ଗତ ୪ ଦିନରେ ବିଜାପୁରରେ ୮ ଜଣ ମାଓବାଦୀଙ୍କ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଜଙ୍ଗଲା ଥାନା ଅନ୍ତର୍ଗତ ତୁଙ୍ଗାଲି ଏବଂ ଛୋଟ ତୁଙ୍ଗାଲି ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ଥିବା ପୋଲସ ଅଧିକାରୀଙ୍କୁ ସୂଚନା ମିଳିଥିଲା । ଏନେଇ ଡିଆରଜି, ବସ୍ତର ଫାଇଟର ଏବଂ ସିଆରପିଏଫର ଏକ ଟିମ୍ ଛୋଟ ତୁଙ୍ଗାଲି ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ନକ୍ସଲମାନଙ୍କ ଆକ୍ରମଣର ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ୪ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲେ । ଏହି ୪ ଜଣ ନକ୍ସଲଙ୍କ ମୃତ ଦେହ ସହ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ, ହଥିଆର ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଜିନିଷ ଜବତ କରାଯାଇଥିଲା । ଏହା ପୂର୍ବରୁ କାଙ୍କେର ଜିଲ୍ଲାର କୋୟଲିବେଡ଼ା ଅଂଚଳରେ ପୋଲିସ ୩ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲା ।

Get real time updates directly on you device, subscribe now.