fbpx

ଲଞ୍ଚ ହେଲା ଦେଶର ପ୍ରଥମ ଆଣ୍ଡ୍ରଏଡ ବେସଡ୍ କ୍ୟାଶ୍ ରିସାଇକ୍ଲିଂ ମେଶିନ: ଗୋଟିଏ ମେଶିନରୁ ୧୦ରୁ ଅଧିକ ପ୍ରକାରର ସର୍ଭିସ୍ ପାଇବେ ଗ୍ରାହକ

ନୂଆଦିଲ୍ଲୀ: ଏଟିଏମ୍ ପରି ଏପରି ଏକ ମେଶିନ୍ ଖୁବଶୀଘ୍ର ଗ୍ରାହକଙ୍କ ପାଖକୁ ଆସୁଛି । ଏହି ମେଶିନ ମାର୍କେଟକୁ ଆସିଗଲା ପରେ ଗ୍ରାହକଙ୍କୁ ଆଉ ଏଣିକି ବ୍ୟାଙ୍କରେ ଲମ୍ବାଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । କାରଣ ଏହି ମେଶିନ ଜରିଆରେ ଗ୍ରାହକମାନେ ୧୦ରୁ ଅଧିକ ସେବା ପାଇ ପାରିବେ । ସେଥିମଧ୍ୟରେ ଆକାଉଣ୍ଟ ଓପନ କରିବା, କ୍ୟାଶ ଉଠାଇବା, ସ୍ଥାୟୀ ଜମା (ଏଫଡି)ରେ ନିବେଶ କରିବା, କ୍ରେଡିଟ କାର୍ଡ ଜାରି କରିବା, ପର୍ସନାଲ ଲୋନ, ବୀମା, ଏମଏସଏମଇ ଲୋନ, ଫାଷ୍ଟ୍ୟାଗ ଆବେଦନ ଓ ରିଚାର୍ଜ, କ୍ୟାଶ ଡିପୋଜିଟ, କ୍ୟୁଆର-ବେଡସ ୟୁପିଆଇ କ୍ୟାଶ ଉଠାଣ ଆଦି ସାମିଲ ରହିଛି ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନସିପିଆଇ) ସହ ମିଶି ହିଟାଚୀ ପେମେଣ୍ଟ ସର୍ଭିସେସ କମ୍ପାନୀ ଏହ ମେଶିନକୁ ଲଞ୍ଚ କରିଛି । କ୍ୟାଶ ରିସାଇକ୍ଲିଂ ମେଶିନ ଏକ ଡିଜିଟାଲ ବ୍ୟାଙ୍କିଂ ୟୁନିଟ ଭାବେ କାର୍ଯ୍ୟ କରିବା ସହିତ ତାହା ଗ୍ରାହକଙ୍କର ଅନେକ ବ୍ୟାଙ୍କିଂ ଆବଶ୍ୟକତାକୁ ଗୋଟିଏ ସ୍ଥାନରେ ପୂରଣ କରିବ । ଗ୍ରାହକମାନେ ଏହି ମେଶିନକୁ ଉପଯୋଗ କରି ବ୍ୟାଙ୍କିଂ ଓ ଅଣ-ବ୍ୟାଙ୍କିଂ ସେବାର ଏକ ବିସ୍ତୃତ ଚେନର ଲାଭ ଉଠାଇ ପାରିବେ ।

ବର୍ତ୍ତମାନ ସୁଦ୍ଧା ଏହି ଆଣ୍ଡ୍ରଏଡ ଆଧାରିତ କ୍ୟାଶ ରିସାଇକ୍ଲିଂ ମେଶିନର ଶୁଭାରମ୍ଭ କରାଯାଇ ନାହିଁ । ନନ ବ୍ୟାଙ୍କିଂ ବ୍ରାଞ୍ଚରେ ମଧ୍ୟ ଏହି ମେଶିନକୁ ଲଗାଯିବ । ଫଳରେ ଅଧିକରୁ ଅଧିକ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ । ଏହାଛଡ଼ା ବ୍ୟାଙ୍କର ବ୍ୟାଞ୍ଚ ଓ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ସିଷ୍ଟମକୁ ଇନଷ୍ଟଲ କରାଯିବ ବୋଲି ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲ ୨୦୨୪ରେ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସେବା ୨୪ ଘଣ୍ଟିଆ ଉପଲବ୍ଧ ହେବା ସହ ଏହା ଭୌତିକ କାର୍ଡର ଆବଶ୍ୟକତାକୁ ସମାପ୍ତ କରିବ । ଏତଦବ୍ୟତୀତ ଏହା ଗ୍ରାହକଙ୍କର ସୁରକ୍ଷାକୁ ବୃଦ୍ଧି କରିବା ସହିତ ଗ୍ରାହକଙ୍କ ହାତରେ ଅଧିକ ନିୟନ୍ତ୍ରଣ ରହିବ ।

Get real time updates directly on you device, subscribe now.