fbpx

(ଭିଡ଼ିଓ)ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ, ଚତୁର୍ଥ ବୁଷ୍ଟର ଡୋଜ୍ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଇସ୍ରାଏଲରେ ଓମିକ୍ରନ ଯୋଗୁଁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଇସ୍ରାଏଲ ସରକାର ଦେଶରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ବ୍ୟତୀତ ସରକାର ଅନ୍ୟାନ୍ୟ ପ୍ରତିବନ୍ଧକ ଉପରେ ବିଚାର କରୁଛନ୍ତି ।

ଏଜେନ୍ସି ମୁତାବକ, ସୋମବାର ଦିନ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଦକ୍ଷିଣ ବୀରଶିବା ସହରର ସୋରୋକା ମେଡିକାଲରେ ମୃତ୍ୟୁ ଘଟିଥିଲା । ୨ ସପ୍ତାହ ପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମୃତ୍ୟୁବରଣ କରିଥିବା ବ୍ୟକ୍ତି ପୂର୍ବରୁ ଅନେକ ରୋଗରେ ଆକ୍ରାନ୍ତ ଥିଲେ । ସ୍ୱାସ୍ଥ୍ୟ ଅଧିକାରୀମାନେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି । ଦେଶରେ ବିମାନ ଚଳାଚଳ ସହିତ ଓମିକ୍ରନକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥାନରେ ଏକତିତ୍ର ହେବାକୁ ବାରଣ କରାଯାଇଛି । ଗୁରୁତର ଅସୁସ୍ଥ ବୃଦ୍ଧଙ୍କୁ ଚତୁର୍ଥ ବୁଷ୍ଟର ଡୋଜ୍ ଦେବା ପାଇଁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ କହିଛନ୍ତି ।

Get real time updates directly on you device, subscribe now.