fbpx

IPL ଇତିହାସରେ ପ୍ରଥମ… Punjab Kings ରଚିଲା ବିରାଟ ଇତିହାସ: ହାଇଦ୍ରାବାଦରେ ଅଦ୍ଭୁତ ରେକର୍ଡ

ନୂଆଦିଲ୍ଲୀ: ଶେଷ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ମାତ୍ ଦେଇଛି ସନରାଇଜର୍ସ ହାଇଦ୍ରାବାଦ୍ । ତେବେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୧୫ ରନର ଲକ୍ଷ୍ୟ ଦେଇଥିବା ବେଳେ ମ୍ୟାଚର ଶେଷ ଓଭରରେ ଏହାକୁ ହାସଲ କରିବାରେ ସଫଳ ହୋଇଛି ସନରାଇଜର୍ସ । କିନ୍ତୁ ମ୍ୟାଚରେ ହାରିବା ପରେ ମଧ୍ୟ ପଞ୍ଜାବ କିଙ୍ଗସ ଏକ ବଡ଼ ରେକର୍ଡ ନିଜ ନାମରେ କରିପାରିଛି । ଏହି ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା । ତାଙ୍କ ନେତୃତ୍ୱରେ ପଞ୍ଜାବ ଆଇପିଏଲରେ ପ୍ରଥମ ଥର ଏହି କାରନାମା କରି ରେକର୍ଡର ଅଧିକାରୀ ହୋଇଛି ।

ଦଳର ନିୟମିତ ଅଧିନାୟକ ଶିଖର ଧୱନ ଆହତ ହେବା ପରେ ନେତୃତ୍ୱ ପଦ ସାମ୍ କରନଙ୍କ ହାତରେ ରହିଥିଲା । କିନ୍ତୁ ସେ ମଧ୍ୟ ସ୍ୱଦେଶ ଫେରିବା ପରେ ଏହି ମ୍ୟାଚରେ ଜିତେଶ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ କେବଳ ଜଣେ ମାତ୍ର ବିଦେଶୀ ଖେଳାଳିଙ୍କୁ ସୁଯୋଗ ଦେଇଛି । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି କାରନାମା କରି ରେକର୍ଡ ସୃଷ୍ଟି କରିଛି ପଞ୍ଜାବ କିଙ୍ଗସ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚରେ ପଞ୍ଜାବର କିଛି ଖେଳାଳି ଆହତ ହୋଇଥିବା ବେଳେ କିଛି ଖେଳାଳି ଇଣ୍ଟରନେସନାଲ ଡ୍ୟୁଟି ପାଇଁ ସ୍ୱଦେଶ ଫେରି ଯାଇଛନ୍ତି ।

ପଞ୍ଜାବର ଷ୍ଟାର ବ୍ୟାଟର ଜନି ବେୟାରଷ୍ଟୋ, ଲିୟାମ ଲିଭିଙ୍ଗଷ୍ଟୋନ ଏବଂ କ୍ରିସ ୱୋକ୍ସ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଫେରିଛନ୍ତି । ସେହିପରି କାଗିସୋ ରାବାଡା ଆହତ ହୋଇଥିବାରୁ ସେ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ରିଲେ ରୁସୋ ଏକମାତ୍ର ବିଦେଶୀ ଖେଳାଳି ଭାବରେ ପ୍ଲେଇଙ୍ଗ-୧୧ ପାଇଁ ଉପଲବ୍ଧ ରହିଥିଲେ । ତେଣୁ ତାଙ୍କୁ ଦଳରେ ସୁଯୋଗ ମିଳିଛି । ତେବେ ୧୭ ବର୍ଷର ଆଇପିଏଲ ଇତିହାସରେ କୌଣସି ମ୍ୟାଚରେ କୌଣସି ଦଳ ଜଣେ ବିଦେଶୀ କେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇ ନଥିଲା । ପଞ୍ଜାବ ଚଳିତ ସିଜନର ଶେଷ ଲିଗ୍ ମ୍ୟାଚରେ ଏହି କାରନାମା କରି ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.