fbpx

ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରୁ ଜଣେ ୩୪ ବର୍ଷିୟ ଯାତ୍ରୀ, ଯିଏକି ଆୟରଲ୍ୟାଣ୍ଡରୁ ଫେରିଥିଲେ ସେ ଓମିକ୍ରନ୍ ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ପ୍ରଥମ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଶନିବାର ଦିନ ତାଙ୍କର ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ଆଜି ସେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛନ୍ତି ।

ସୂଚନା ଯେ, ଆନ୍ଧ୍ରପ୍ରଦେଶକୁ ବିଦେଶରୁ ଆସିଥିବା ୧୫ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କର ରିପୋର୍ଟ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛି ।

ତେବେ ଆନ୍ଧ୍ରରୁ ଚିହ୍ନଟ ହୋଇଥିବା ୩୪ ବର୍ଷିୟ ଓମିକ୍ରନ୍ ଆକ୍ରାନ୍ତ ସିଧାସଳଖ ଆୟରଲ୍ୟାଣ୍ଡରୁ ବିଶାଖାପଟନମ୍ ଆସିନାହାନ୍ତି । ବରଂ ସେ ପ୍ରଥମେ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲେ । ସେଠାରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେଣୁ ତାଙ୍କୁ ନଭେମ୍ବର ୨୭ ତାରିଖରେ ବିଶାଖାପଟନମ୍ ଆସିବାକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.