fbpx

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଉତ୍ସାହିତ ଅଛନ୍ତି ଭୋଟର

Advertisement

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଏକା ସଙ୍ଗେ ହେଉଛି ଭୋଟିଂ । ପ୍ରାୟ ୬୨ଲକ୍ଷ ୮୭ ହଜାର ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ଖରାକୁ ଦୃଷ୍ଟିରେ ରଖି ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋଟିଂକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷରେ ନୂଆପଡ଼ା ଏବଂ ମାଲକାନଗିରିର ଅନେକ ମତଦାନ କେନ୍ଦ୍ରରେ ଇଭିଏମ୍ ଏବଂ ଅନ୍ୟ କେତେକ ବୁଥରେ କଣ୍ଟ୍ରୋଲ ୟୁନିଟ ଖରାପ ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୭ହଜାର ୩୦୩ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ପୋଲିଂ ଅଧିକାରୀଙ୍କ ପାଇଁ ଏୟାରଡ୍ରପ୍ ସୁବିଧା ରହିଛି । ୧୭ହଜାର ପୋଲିସ୍ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ଯବାନ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସୀମାନ୍ତ ଅଂଳଚରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । ପୋଲିଂ ବୁଥର ସୁରକ୍ଷା ଦାୟିତ୍ୱରେ ୬ଶହ ମୋବାଇଲ ପାର୍ଟି ସହ ଫ୍ଲାଇଂ ସ୍କ୍ୱାଡ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.