fbpx

ଜେଲରୁ ଏପରି ଅବସ୍ଥାରେ ମୁକୁଳିଲେ ରାଜ କୁନ୍ଦ୍ରା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିଛି । ୬୨ ଦିନ ଜେଲରେ କାଟିବା ପରେ ସେ ବାହାରକୁ ଆସିଛନ୍ତି । ପର୍ଣ୍ଣ ଫିଲ୍ମ କରିବା ଓ ତାକୁ ବିକ୍ରି କରିବା ନେଇ ରାଜ କୁନ୍ଦ୍ରାଙ୍କ ଉପରେ ଗମ୍ଭୀର ଅଭିଯୋଗ ହୋଇଥିଲା । ୫୦ ହଜାର ଟଙ୍କା ମୁଚାଲିକା ପରେ ରାଜଙ୍କୁ ଜାମିନ ମିଳିଛି । ଜେଲରୁ ମୁକୁଳିବା ପରେ ରାଜଙ୍କ ପ୍ରଥମ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବି ରାଜ କୁନ୍ଦ୍ରାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୯ ତାରିଖରେ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ତିଆରି କରି ଆପରେ ଅପଲୋଡ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏହି ମାମଲାରେ ଅନେକ ଅଭିନେତ୍ରୀ ମଧ୍ୟ ରାଜଙ୍କ ଉପରେ ଅଭିଯୋଗ କରିଥିଲେ, ଯେଉଁଥିରେ ଶର୍ଲିନ ଚୋପଡ଼ା ଓ ପୁନମ ପାଣ୍ଡେଙ୍କ ନାଁ ବି ସାମିଲ ରହିଛି । ଏନେଇ କୁନ୍ଦ୍ରାଙ୍କୁ ପଚରାଉଚରା ପରେ ଶିଳ୍ପାଙ୍କୁ ମଧ୍ୟ ଜେରା କରାଯାଇଥିଲା । କିନ୍ତୁ ଶିଳ୍ପା ଏହି ମାମଲାରେ କିଛି ଜାଣନ୍ତି ନାହିଁ ବୋଲି ରୋକଠୋକ୍ ମନା କରିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

 

 

View this post on Instagram

 

A post shared by Viral Bhayani (@viralbhayani)

 

Get real time updates directly on you device, subscribe now.