fbpx

ଖୁସି ଖବର: ପୁଣି ଖସିଲା ସୁନା ଦର, ୨ ସପ୍ତାହରେ ୧୨୦୦ ଟଙ୍କା ଶସ୍ତା; ଜାଣନ୍ତୁ ୧୦ ଗ୍ରାମକୁ କେତେ 

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନାଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଲଗାତର ଭାବେ ଦ୍ୱିତୀୟ ଦିନ ସୁନାର ଦର ଖସିଛି । ସେହିପରି ରୂପାର ମୁଲ୍ୟରେ ବି ଆଂଶିକ ହ୍ରାସ ପାଇଛି । ବିଶ୍ୱ ବଜାରରେ ସୁନାର ଚାହିଦା ଭଲ ସ୍ଥିତି ନଥିବାରୁ ସୁନା ଓ ରୁପାର ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏମସିଏକ୍ସରେ ଆଜି ସୁନାର ମୂଲ୍ୟ ୦.୧୬ ପ୍ରତିଶତ ହ୍ରାସ ହୋଇଛି ।

ଏମସିଏକ୍ସରେ ଆଜି ସୁନାର ମୂଲ୍ୟ ୦.୧୬ ପ୍ରତିଶତ ହ୍ରାସ ପାଇ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୬ ହଜାର ୨୦୫ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ ୦.୧ ପ୍ରତିଶତ ବଢ଼ିବା ସହିତ ଏହାର ମୂଲ୍ୟ କିଗ୍ରା ପିଛା ୫୯ହଜାର ୬୧୫ ଟଙ୍କା ରହିଛି ।

ଦେଶର ପ୍ରତିଟି ସହରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଅଲଗା ଅଲଗା ରହିଛି । ସେପ୍ଟେମ୍ବର ୨୧ ତାରିଖରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୯ ହଜାର ୫୭୦ ଟଙ୍କା ରହିଥିବା ବେଳେ, ମୁମ୍ବାଇରେ ୪୬ ହଜାର ୧୨୦ ଟଙ୍କା, ଚେନ୍ନାଇରେ ୪୭ ହଜାର ୫୫୦ ଟଙ୍କା ଓ କୋଲକାତାରେ ୪୮ ହଜାର ୨୪୦ ଟଙ୍କା ରହିଛି ।

Get real time updates directly on you device, subscribe now.