fbpx

କାଶ୍ମୀର ପ୍ରସଙ୍ଗରେ ସାହୁକାର ହେବାକୁ ଚାହୁଁଛି ସାଉଦି ଆରବ, କହିଲା- ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସଂପର୍କ ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଭାରତ ଓ ପାକିସ୍ତାନ ସମ୍ବନ୍ଧକୁ ନେଇ ପ୍ରିନ୍ସ ଫୈସଲ କହିଛନ୍ତି, ଆମେ ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ, ମାତ୍ର ଏହା ଦୁଇ ଦେଶ ହିଁ ସ୍ଥିର କରି ପାରିବେ ।

ସେ କହିଛନ୍ତି, ଆମେ ସବୁ ସମୟରେ ସକରାତ୍ମକ ମାହୋଲ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ । କେବଳ ଭାରତ ଓ ପାକିସ୍ତାନକୁ ଏହା ସ୍ଥିର କରିବାକୁ ପଡିବ ଯେ, ଦୁଇ ଦେଶ କେବେ ଆଲୋଚନା କରିବାକୁ ଚାହିଁବେ । କାଶ୍ମୀର ଦୁଇ ଦେଶ ମଧ୍ୟରେ ବିବାଦ ହୋଇ ରହି ଯାଇଛି । ଆମେ ଅନୁରୋଧ କରୁଛୁ ଯେ, ଦୁଇ ଦେଶ ଏହି ପୁରୁଣା ବିବାଦର ସମାଧାନ ପାଇଁ ଆଲୋଚନା କରନ୍ତୁ ଏବଂ ଏହାର ସ୍ଥାୟୀ ସମାଧାନର ରାସ୍ତା ବାହାର କରନ୍ତୁ ।

ସାଉଦି ଆରବ ନେତୃତ୍ୱାଧୀନ ଅର୍ଗାନାଇଜେସନ ଅଫ ଇସଲାମିକ କୋପୋରେସନ(ଆଇଓସି) ଦ୍ୱାରା ନିକଟରେ ଜାମ୍ମୁ-କାଶ୍ମୀର ଏବଂ ଭାରତୀୟ ମୁସଲମାନଙ୍କ ସ୍ଥିତିକୁ ନେଇ କରାଯାଇଥିବା ଟିପ୍ପଣୀ ଉପରେ ପ୍ରିନ୍ସ ଫୈସଲ କହିଛନ୍ତି, ଏହା ଭାରତର ଘରୋଇ ପ୍ରସଙ୍ଗ । ଏହା ଉପରେ କେବଳ ଭାରତ ସରକାର ଓ ଭାରତୀୟ ନିଷ୍ପତ୍ତି ନେଇ ପାରିବେ ।

କାଶ୍ମୀର ବିବାଦକୁ ନେଇ ଭାରତ ଓ ପାକିସ୍ତାନ ତିନି ଥର ଯୁଦ୍ଧ କରି ସାରିଛନ୍ତି । ଆଉ ପ୍ରତି ଥର ପାକିସ୍ତାନ ପରାଜିତ ହୋଇଛି । ପାକିସ୍ତାନ ସରକାର ନିକଟରେ ବାରମ୍ବାର ଏହି କଥାକୁ ଦୋହରାଇ ଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ପାଇଁ ପ୍ରଥମେ ଭାରତକୁ ୨୦୧୯ ଅଗଷ୍ଟ ୫ ତାରିଖର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ପଡିବ । ଭାରତ ସରକାର ଏହା ଉପରେ କଡା ଆପତ୍ତି ପ୍ରକାଶ କରିଥିଲେ । ଜାମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ବି ଦେଶଖୁ ଦଖଲ ଦେବାର ଅଧିକାର ନାହିଁ ବୋଲି ଭାରତ ସରକାର କହିଥିଲେ ।

 

Get real time updates directly on you device, subscribe now.