ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଙ୍କ ଠାରୁ କୁକରକୁ ମଙ୍କିପକ୍ସ ସଂକ୍ରମିତ ହେଉଥିବା ମାମଲା ସାମ୍ନାକୁ ଆସିଛି । ଏହା ଦୁନିଆର ପ୍ରଥମ ଦୁର୍ଲଭ ମାମଲା ।
ଏକ ରିପୋର୍ଟ ଅନୂଯାୟୀ, ବୈଜ୍ଞାନିକଙ୍କ ମତରେ ଯଦି ମଙ୍କିପକ୍ସ ଅଲଗା ଜୀବଜଗତରେ ବ୍ୟାପୁଛି ତେବେ ଏହା ବିକଶିତ ହୋଇ ଭିନ୍ନ ଭାବରେ ମ୍ୟୁଟେସନ ହେବାର ପୂରା ସମ୍ଭାବନା ଅଛି ।
ସେପଟେ ମଣିଷଙ୍କ ଠାରୁ କୁକୁରକୁ ଭାଇରସ୍ ବ୍ୟାପିବାର ମାମଲା ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଆଲର୍ଟ ଜାରିି କରିଛନ୍ତି । ହୁ ମଙ୍କିପକ୍ସ(Monkeypox)ଦ୍ୱାରା ଶିକାର ହୋଇଥିବା ଲୋକଙ୍କୁ ଜୀବଜନ୍ତୁଙ୍କ ସଂସ୍ପର୍ଶରେ ନଆସିବାକୁ ପରାମର୍ଶ ଦେଇଛି ।
‘WHO’ ର ଜରୁରୀ ନିର୍ଦ୍ଦେଶକ ମାଇକେଲ ରୟାନଙ୍କ ମୁତାବିକ ଏହା ଏକ ଅଧିକ ବିପଦପୂର୍ଣ୍ଣ ସ୍ଥିତି । ଅବଶ୍ୟ ଏହା ମଧ୍ୟ କୁହାଯାଇଛି ଯେ ଏହି ଭାଇରସ ଗୋଟିଏ କୁକୁର ଠାରୁ ଏକ ମନୁଷ୍ୟକୁ ତୁଳନାରେ ତୀବ୍ର ଭାବରେ ବିକଶିତ ହେବନାହିଁ । ସେ କହିଛନ୍ତି ଯେ ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।