fbpx

ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ: ବଢ଼ିଲା ସୁପର-୮ ଆଶା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଏକ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଗତ ୬ ତାରିଖରେ ପାକିସ୍ତାନକୁ ହରାଇ ଆମେରିକା ବିପର୍ଯ୍ୟୟ ଘଟାଇଥିବା ବେଳେ ପୁଣି ଏକ ଛୋଟ ଟିମ୍ ବିପର୍ଯ୍ୟୟ ଘଟାଇଛି । ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଆଫଗାନିସ୍ତାନ । ଏହା ପୂର୍ବରୁ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ୟୁଗାଣ୍ଡାକୁ ପରାସ୍ତା କରିଥିଲା ଆଫଗାନିସ୍ତାନ । ଫଳରେ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚରେ ବିଜୟୀ ହେବା ପରେ ଆଫଗାନିସ୍ତାନର ସୁପର-୮ ଆଶା ବଢ଼ିଯାଇଛି ।

ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ୱିକେଟକିପର ରହମନୁଲ୍ଲା ଗୁର୍ବାଜ ସର୍ବାଧିକ ୮୦ ରନ୍ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ ହେନରୀ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ତେବେ ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ମାତ୍ର ୭୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ୨୦ ରନ୍ ଅତିକ୍ରମ କରିପାରିନଥିଲେ । ଫଳରେ ଆଫଗାନିସ୍ତାନ ୮୪ ରନରେ ବିଜୟୀ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଫଜାଲାହକ ଫାରୁକୀ ଓ ଅଧିନାୟକ ରଶିଦ ଖାନ୍ ସର୍ବାଧିକ ୪ଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.