fbpx

ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ, ହ୍ୱାଟ୍ସଆପରେ ରାୟ ଶୁଣାଇଲେ ଜଜ୍…

ମାଡ୍ରାସ୍ ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଜଜ୍ ମାମଲାର ଶୁଣାଣି ହ୍ୱାଟ୍ସଆପ୍ ଜରିଆରେ କରିଛନ୍ତି । ଏହି ଶୁଣାଣି ରବିବାର ଛୁଟି ଦିନରେ କରାଯାଇଛି । ବିଚାରପତି ବିବାହ ସମାରୋହରେ ଯୋଗଦେବା ପାଇଁ ସହରରୁ ବାହାରକୁ ଯାଇଥିଲେ, ଆଉ ସେହି ସ୍ଥାନରୁ ହିଁ ହ୍ୱାଟ୍ସଆପରେ ଭିଡିଓ କଲିଂ ମାଧ୍ୟମରେ ଶୁଣାଣି କରିଛନ୍ତି ।  ଏଠାରେ ଏକ ମନ୍ଦିରରେ ରଥାଯାତ୍ରା ଶୋଭାଯାତ୍ରା ଉପରେ ଲାଗିଥିବା ରୋକକୁ ହଟାଇବା ପାଇଁ ହୋଇଥିବା ଯାଚିକା ଉପରେ ଶୁଣାଣି ପାଇଁ ନାଗରକୋଇଲରେ ଥିବା ଜଜ୍ ମାମଲାର ଶୁଣାଣି କରିଥିଲେ ।

ସୂଚନା ଅନୂଯାୟୀ, ଧର୍ମପୁରୀ ଜିଲ୍ଲାର ଶ୍ରୀ ଅଭୀଷ୍ଟ ବରଦରାଜା ସ୍ୱାମୀ ମନ୍ଦିର ରଥଯାତ୍ରା ଉପରେ ରୋକ ଲଗାଯାଇଥିଲା । ଯାହାପରେ ମନ୍ଦିରର ଟ୍ରଷ୍ଟି ପି ଆର ଶ୍ରୀନିବାସନ ସୋମବାର ଗାଁରେ ରଥ ମହୋତ୍ସବ ହୋଇନପାରିଲେ ଦୈବୀ ପ୍ରକୋପ ପଡ଼ିବ ବୋଲି ଯୁକ୍ତି ଦର୍ଶାଇ ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଯାହାପରେ ରବିବାର, ଛୁଟିରେ ବି ହାଇକୋର୍ଟ ଜଜ୍ ହ୍ୱାଟ୍ସଆପ୍ ଜରିଆରେ ଶୁଣାଣି କରିଥିଲେ । ଜଷ୍ଟିସ ସ୍ୱାମୀନାଥନ ନାଗକୋଇଲରୁ ଶୁଣାଣି କରୁଥିଲେ, ଆବେଦନକାରୀଙ୍କ ଓକିଲ ଅନ୍ୟ ସ୍ଥାନରୁ ଏବଂ ସଲିସିଟର ଜେନେରାଲ ମଧ୍ୟ ସହରର ଅନ୍ୟ ସ୍ଥାନରେ ରହିଥିଲେ ।

ବିଚାରପତି ଶୁଣାଣି କରି କହିଥିଲେ ଯେ ହିନ୍ଦୁ ଧାର୍ମିକ ଏବଂ ପୌରାଣିକ ବିଭାଗ ନିରୀକ୍ଷକଙ୍କୁ ମନ୍ଦିର ପ୍ରଶାସନ ଏବଂ ଟ୍ରଷ୍ଟିଙ୍କୁ ରଥଯାତ୍ରା ବନ୍ଦ ରୋକିବା ପାଇଁ ଆଦେଶ ଦେବାର ଅଧିକାର ନାହିଁ । କୋର୍ଟ ଏହି ଆଦେଶକୁ ଖାରଜ କରିଥିଲେ ଏବଂ ସଂପୂର୍ଣ୍ଣ କଟକଣା ମଧ୍ୟରେ ରଥାଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ତେବେ ରଥଯାତ୍ରା ଉପରେ ଏଥିପାଇଁ ରୋକ୍ ଲଗାଯାଇଥିଲା କାରଣ ଗତ ମାସରେ ତଞ୍ଜାର ଜିଲ୍ଲା ଏକ ମନ୍ଦିରର ରଥଯାତ୍ରା ହେଉଥିବା ସମୟରେ ହାଇ ଭୋଲ୍ଟେଜ ବିଜୁଳି ତାର ସଂସ୍ପର୍ଶ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.