fbpx

ବିଶ୍ୱରେ ପ୍ରଥମ ଥର ଜନ୍ମନେଲା ଏକ ରଙ୍ଗୀନ ଜିରାଫ! ଦେହରେ ନାହିଁ କିଛି ବି ଦାଗ

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ସମୟରେ କିଛି ଅଜବ ଧରଣର ଜୀବଜନ୍ତୁ ଜନ୍ମ ନେଇଥାନ୍ତି । ତେବେ ବେଳେବେଳେ କିଛି ଅଦ୍ଭୂତ ଶିଶୁ ଆମ ସମାଜରେ ଜନ୍ମ ନେଇଥାନ୍ତି । ଏପରି ଶିଶୁ ଅନ୍ୟ ମଣିଷଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଥାନ୍ତି । ତେବେ ଅନେକ ସମୟରେ ଏପରି କିଛି ଅଦ୍ଭୂତ ପ୍ରକାରର ପଶୁ ମଧ୍ୟ ଜନ୍ମ ନେଇଥାନ୍ତି । ସାଧାରଣ ଭାବେ ଜିରାଫକୁ ସବୁଠାରୁ ଉଚ୍ଚତମ ପଶୁ ଭାବେ ଗଣାଯାଉଥିବା ବେଳେ ତା’ର ଶରୀର ସାରା ଦାଗ ରହିଥାଏ ।

ତେବେ ଏହା ମଧ୍ୟରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ନିକଟରେ ଏକ ଦାଗହୀନ ଜିରାଫ ଜନ୍ମ ନେଇଛି, ଯାହାକି ଖୁବ୍ ବିରଳ ଅଟେ । ନିକଟରେ ଆମେରିକାର ଟେନେସି ସ୍ଥିତ ଏକ ଘରୋଇ ଚିଡ଼ିଆଖାନରେ ଏପରି ଏକ ଦୁର୍ଲ୍ଲଭ ଜିରାଫ ଜନ୍ମ ନେଇଛି । ଧୂସର ରଙ୍ଗର ଏହି ଜିରାଫ ଦେହରେ ସାଧାରଣ ଜିରାଫଙ୍କ ପରି ଦାଗ ନାହିଁ । ଏହି ଅଜବ ଧରଣର ଜିରାଫକୁ ଦେଖିବା ପରେ ଚିଡ଼ିଆଖାନାର ମାଲିକ ବି ଚକିତ ହୋଇ ପଡ଼ିଛନ୍ତି ।

ଏହି ଦୁର୍ଲ୍ଲଭ ତଥା ଦାଗହୀନ ଜିରାଫର ଉଚ୍ଚତା ପାଖାପାଖି ୬ ଫୁଟ ହୋଇଥିବା ବେଳେ ଏହାର ନାମ ରଖାଯାଇ ନାହିଁ । ଗତ ମାସ ୩୧ ତାରିଖରେ ଜନ୍ମ ନେଇଥିବା ଏହି ଜିରାଫ ଧୂସର ରଙ୍ଗର । ମାତ୍ର ଏହି ବେବି ଜିରାଫ ସମ୍ପୂର୍ଣ୍ଣ ଅଲଗା ଭାବେ କିପରି ଜନ୍ମନେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବିନା ଦାଗ ଥିବା ଜିରଫ କିପରି ଜନ୍ମ ନେଲା ତାହା ଏବେ ସଭିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେଣୁ ଏକ୍ସପର୍ଟମାନେ ଏନେଇ ଯାଞ୍ଚ ଚଳାଇଛନ୍ତି । ଏହା ପୂର୍ବରୁ ଗତ ୨୦୧୬ରେ ତାଞ୍ଜାନିଆର ତାରାନାଗିର ଜାତୀୟ ଉଦ୍ୟାନରେ ପ୍ରଥମ ଥର ପାଇଁ ଏକ ଧଳା ଜିରଫ ଏକ ପରିବାର ସହ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.