fbpx

୧୭ ତାରିଖରେ ମିଳିବନି ମାଛ-ମାଂସ: ବନ୍ଦ ରହିବ ସବୁ ଆମିଷ ଦୋକାନ, କାହିଁକି?

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସହରର ସମସ୍ତ ମାଛ-ମାଂସ ଦୋକାନ ସବୁ ବନ୍ଦ ରହିବ । ମୁଖ୍ୟ ପଶୁ ଚିକିତ୍ସା ଏବଂ କଲ୍ୟାଣ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ସହରର ସମସ୍ତ ମାଛ ମାଂସ ଦୋକାନ ୧୭ ତାରିଖ ଦିନ ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ତେବେ ନିୟମ ଉଲ୍ଲଙ୍ଘନ କଲେ କିମ୍ବା ଏହି ଦିନ ଦୋକାନ ଖୋଲିଲେ ଏହା ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଆସନ୍ତା ୧୭ ତାରିଖରେ ହିନ୍ଦୁ ଧର୍ମର ମହତ୍ତ୍ୱପୂର୍ଣ୍ଣ ପର୍ବ ବିଶ୍ୱକର୍ମା ପୂଜା ପାଳନ କରାଯିବ । ସେଥିପାଇଁ ଗାଜିଆବାଦ ସହରର ସମସ୍ତ ମାଛ-ମାଂସ ଆଦି ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବକୁ ନିଷ୍ଠା ଏବଂ ପବିତ୍ରତାର ସହ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଏହି ନିୟମକୁ ଉଲ୍ଲଙ୍ଘନ କଲେ, କିମ୍ବା ୧୭ ତାରିଖରେ କୌଣସି ଆମିଷ ଦୋକାନ ଖୋଲିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ବିଶ୍ୱକର୍ମା ପୂଜାକୁ ବିଶ୍ୱକର୍ମା ଜୟନ୍ତୀ ବା ବିଶ୍ୱକର୍ମା ଦିବସ ବୋଲି ମଧ୍ୟ ପାଳନ କରାଯାଏ । ଏହି ଦିନ ବ୍ରହ୍ମାଣ୍ଡର ଦିବ୍ୟ ବାସ୍ତୁକାର ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବରେ ଲୋକେ ନିଜର ଯାନବାହନ, ମେସିନ୍, ଦୋକାନ, କାରଖାନା ଇତ୍ୟାଦିର ପୂଜାର୍ଚ୍ଚନା କରିଥାନ୍ତି । ଏହାସହିତ ଘରେ ବିଭିନ୍ନ ପ୍ରକାରର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ପାଳନର ତିଥିକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଯାଇଛି ।

କେବେ ପାଳନ ହେବ ବିଶ୍ୱକର୍ମା ପୂଜା ?

ସନାତନ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ବିଶ୍ୱକର୍ମା ଜୟନ୍ତୀ ୧୭ ସେପ୍ଟେମ୍ବରରେ ପାଳନ କରାଯାଏ । ବିଶ୍ୱକର୍ମାଙ୍କୁ ସୃଷ୍ଟିର ସୃଜନକର୍ତ୍ତା ଓ ପ୍ରଥମ ଶିଳ୍ପକାର ଭାବରେ ପୂଜା କରାଯାଏ । ମାନ୍ୟତା ରହିଛି ବ୍ରହ୍ମାଜୀଙ୍କ ଆଦେଶ ପରେ ଭଗବାନ ବିଶ୍ୱକର୍ମା ପୁରା ସୃଷ୍ଟିର ରଚନା କରିଥିଲେ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବିଶ୍ୱକର୍ମା ପୂଜାର ଶୁଭ ମୁହୂର୍ତ୍ତ ୧୭ ସେପ୍ଟେମ୍ବର ୨୦୨୪ ମଙ୍ଗଳବାର ଦ୍ୱିପ୍ରହର ୧ଘଟିକା ୪୩ ମିନିଟ୍‌ରେ ପଡୁଛି । ଫଳରେ ଏହିଦିନର ଅଧିକ ମହତ୍ତ୍ୱ ବଢିଯାଇଛି । ଏହିଦିନ କନ୍ୟା ସଂକ୍ରାନ୍ତି ବି ପାଳନ କରାଯାଏ । ଏହି ବର୍ଷ ବିଶ୍ୱକର୍ମା ପୂଜା ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳନ କରାଯିବ ।

Get real time updates directly on you device, subscribe now.