fbpx
BJD SKY
BJD SKY

୧୨ ଘଣ୍ଟାରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ, ଜୈଶ କମାଣ୍ଡର ଜାହିଦ ବି ସାମିଲ

BJD

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ । ବଡ଼ଗାମ ଓ ପୁଲୱାମାରେ ୧୨ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟର ହୋଇଛି । ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦ କମାଣ୍ଡର ଜାହିଦ ୱାନି ବି ସାମିଲ ଅଛି । କାଶ୍ମୀରର ଆଇଜିପି ଏହାକୁ ସୁରକ୍ଷାବଳଙ୍କ ବଡ଼ ସଫଳତା ବୋଲି କହିଛନ୍ତି ।

ତେବେ ଜାହିଦ ମଞ୍ଜୁର ୱାନି ଜାମ୍ମୁ-କାଶ୍ମୀରରେ ଜୈଶର ଶ୍ରେଷ୍ଠ କମାଣ୍ଡର ମଧ୍ୟରେ ଅନ୍ୟତମ । ଜାହିଦ ଲେଟପୁର ଘଟଣାରେ ସମ୍ପୃକ୍ତ ଥିଲା, ଯେଉଁଥିରେ ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିତ ହୋଇଥିଲେ ।

Get real time updates directly on you device, subscribe now.