fbpx

ଫେବ୍ରୁଆରୀରୁ ହଟିବ ନାଇଟ କର୍ଫ୍ୟୁ, କୋହଳ ହେବ ୱିକେଣ୍ଡ ସଟ୍‌ଡାଉନ୍‌: କୋଭିଡ଼୍ କଟକଣା ମଧ୍ୟ ଅଫଲାଇନ କ୍ଲାସ ପାଇଁ ଖୋଲିବ ସ୍କୁଲ୍ ଓ କଲେଜ

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର । ଆସନ୍ତା ଜାନୁଆରୀ ୩୧ରୁ ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ଲାଗୁ ହେବନି । ପୂର୍ବରୁ କର୍ଣ୍ଣାଟକା ସରକାର ସଂକ୍ରମଣ ରୋକିବାକୁ ଜାରି କରିଥିବା ୱିକେଣ୍ଡ କର୍ଫ୍ୟୁକୁ ପ୍ରତ୍ୟାହାର କରିଥିଲେ । ଏବେ ସଂକ୍ରମଣ ୩୦ ହଜାର ଉପରେ ରହିଛି । ହେଲେ ଅଧିକାଂଶ ଆକ୍ରାନ୍ତ ଘରେ ରହି ସୁସ୍ଥ ହୋଇଯାଉଛନ୍ତି । ସେହି ରି ହସ୍ପିଟାଲରେ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବଢ଼ୁଛି । ଏହି କାରଣରୁ କର୍ଣ୍ଣାଟକା ସରକାର କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋମବାର ଠାରୁ ବେଙ୍ଗାଲୁରୁରେ ଥିବା ସମସ୍ତ ସ୍କୁଲ ଓ କଲେଜଗୁଡ଼ିକ ଅଫଲାଇନ କ୍ଲାସ ପାଇଁ ଖୋଲିବ । ତେବେ ଏଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ପିଲାମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକମାନେ ମାସ୍କ ପରିଧାନ କରିବେ । ସେହିପରି ସାମାଜିକ ଦୂରତା ନିୟମକୁ ମଧ୍ୟ କ୍ଲାସରୁମରେ ଲାଗୁ କରାଯିବ । ଏହାବାଦ ସିନେମା ହଲ, ଅଡିଟୋରିୟମ, ଥିଏଟର ଓ ମଲ୍ଟପ୍ଲେକ୍ସ ଗୁଡ଼ିକ ୫୦ଧ କ୍ଷମତାରେ ଚାଲିବ । ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍‌ଗୁଡ଼ିକ ୧୦୦% କ୍ଷମତାରେ ସୋମବାର ଠାରୁ ସେବା ଯୋଗାଇବା ଆରମ୍ଭ କରିବେ । ଏଠାରେ କରୋନା କଟକଣା ପାଳନ କରିବା ଦାୟିତ୍ୱ ସରକାର ମାଲିକମାନଙ୍କ ଉପରେ ଛାଡ଼ିଛନ୍ତି । ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସଂଖ୍ୟା ମଧ୍ୟ ସରକାର ବୃଦ୍ଧି କରିଛନ୍ତ ।

ଏଣିକି ଖୋଲା ସ୍ଥାନରେ ହେଉଥିବା ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୩୦୦ ଜଣ ଅତିଥି ଯୋଗ ଦେଇପାରିବେ । ଇଣ୍ଡୋର ପାଇଁ ଏ ସଂଖ୍ୟା ୨୦୦ରେ ସୀମିତ ରଖାଯାଇଛି । ମେଟ୍ରୋ ଓ ଅନ୍ୟ ପରିବହନ ସେବାଗୁଡ଼ିକ ସେମାନଙ୍କ ସିଟିଂ କ୍ଷମତା ଅନୁଯାୟୀ କାର୍ଯ୍ୟକ୍ଷମ କରିବେ । ଜିମ, ସ୍ପୋର୍ଟସ କମ୍ପେ୍ଲକ୍ସ ଓ ସୁଇମିଂ ପୁଲ ଗୁଡ଼ିକ ମଧ୍ୟ ୫୦ଧ ଲୋକଙ୍କୁ ନେଇ ଚାଲିବ ବୋଲି ସରକାର କହିଛନ୍ତି । ତେବେ ମହାରାଷ୍ଟ୍ର, ଗୋଆ ଓ କେରଳରୁ କର୍ଣ୍ଣାଟକା ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ୩ ରାଜ୍ୟରୁ ଆସୁଥିବା ଲୋକମାନେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ ମଧ୍ୟ ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ ରିପୋର୍ଟ ଦେଖାଇବେ ।

Get real time updates directly on you device, subscribe now.