fbpx

ସିଲଭର ସିଟିରେ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍‌ ସିରପ୍ ଜବତ, ଜଣେ ଅଟକ

କଟକ(ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ୍‌ ରାଜେନ୍ଦ୍ରନଗର ନିକଟରୁ ବେଆଇନ ଭାବେ ରଖାଯାଇଥିବା ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍‌ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ୍‌ ଜଣକୁ ଅଟକ ରଖିଛି । ଚଢାଉ ବେଳେ ୧୦୦ ଗ୍ରାମର ୩୨୦୦ ବଟଲ କପ୍‌ ସିରାଫ୍‌ ଜବତ କରାଯାଇଛି । ରାଜେନ୍ଦ୍ରନଗରରେ ବେଆଇନ ଭାବେ କପ୍‌ ସିରାପ ମହଜୁଦ ରଖାଯାଇ ନେଇ ଅଭିଯୋଗ ପରେ ପୋଲିସ୍‌ ସେଠାରେ ଚଢଉ କରିଥିଲା । ଏହି କପ୍‌ ସିରାଫ୍‌ରେ ନିଶା ଦ୍ରବ୍ୟ ରହୁଥିବାରୁ ଏତେ ମାତ୍ରାରେ କପ୍‌ ସିରାଫ୍‌ ମହଜୁଦ କରିବା ବେଆଇନ ଅଟେ।

ସୂଚନା ମୁତାବିକ, କଟକ ଜିଲ୍ଲା ଡ୍ରଗସ୍‌ ବିଭାଗ ମଧୁପାଟଣା ଥାନା ପୁଲିସ୍‌ ସହାୟତା ନେଇ ବେଆଇନ୍‌ କଫ୍‌ ସିରପ ଗୋଦାମ ଉପରେ ଚଢ଼ଉ କରି ବିପୁଳ ପରିମାଣର କଫ ସିରପ୍‌ ଜବତ କରିଛି । ଏହି କାରବାରରେ ସଂପୃକ୍ତ ବ୍ୟବସାୟୀକୁ ପୁଲିସ ଅଟକ ରଖିଛି । ଖପୁରିଆ ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ଏକ ଗୋଦାମରେ ବେଆଇନ କପ୍‌ ସିରପ୍‌ ଥିବା ଖବର ପାଇ ଟିମ୍‌ ସେଠାରେ ଚଢଉ କରିଥିଲା । ଗୋଦାମ ଭିତରୁ ୩୨୦୦ ବୋତଲ କଫ ସିରପ୍‌ ଜବତ କରିଛି । ଜବତ କଫ ସିରପ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଡ୍ରଗସ୍‌ ବିଭାଗ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.