fbpx

ଇସ୍ରାଏଲରୁ ପେଗାସସ୍‌ କିଣିଥିଲା ଭାରତ ! ୧୫ହଜାର କୋଟିରେ ହୋଇଥିଲା ଡିଲ୍

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଗୁଇନ୍ଦା ସଫ୍ଟୱାଆର ପେଗାସସ୍‌ । ଆମେରିକାର ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶିତ କରିଛିି ଯେ, ଭାରତ ସରକାର ୨୦୧୭ରେ ଇଜ୍ରାଏଲ ଠାରୁ ମିଜାଇଲ ସିଷ୍ଟମ କିଣିବା ସହ ପେଗାସସ୍‌ – ସ୍ପାଏୱେଆରକୁ ମଧ୍ୟ କିଣିଥିଲେ । ୨ ଅରବ ଡଲାର ଅର୍ଥାତ ୧୫ହଜାର କୋଟିରେ ଏହି ଡିଲ୍‌ ସ୍ୱାକ୍ଷର କରିଥିଲେ ମୋଦୀ ସରକାର । ଭାରତ ସରକାର ଏହି ଡିଲରେ ମିଜାଇଲ ସିଷ୍ଟମ୍‌ ଆଉ କିଛି ଅସ୍ତ୍ରଶସ୍ତ୍ର ସହ ପେଗାସସକୁ ମଧ୍ୟ କିଣିଥିବା କଥା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ କରିଛି । ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ପେଗାସସ୍‌ ଡିଲକୁ ଖୁଲାସା ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି । ସେପଟେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ମିଛ ବୋଲି କହିଛନ୍ତି

Get real time updates directly on you device, subscribe now.