fbpx

ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାତ୍ରୀ ହୋଇପଡ଼ିଥିଲେ ଅସୁସ୍ଥ

ଭୁବନେଶ୍ୱର: କଲିକତାରୁ ହାଇଦ୍ରାବାଦ ଯାଉଥିବା ଜଣେ ଯାତ୍ରୀ ଅସୁସ୍ଥ ହେବାଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ଜୟବ୍ରତ ଘୋଷଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ଏବଂ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ନେଉଥିଲେ । ହେଲେ ମଝି ଆକାଶରେ ବିମାନରେ ତାଙ୍କ ସ୍ୱ୍ୟାସ୍ଥ୍ୟ ଖରାପ ହେବାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

Get real time updates directly on you device, subscribe now.