Breaking: ଏପ୍ରିଲରୁ ଭୁବନେଶ୍ୱର-ଗୋଆକୁ ଉଡ଼ିବ ବିମାନ
ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ। ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।
ଭୁବନେଶ୍ୱର: ରାଜ୍ୟରେ ବିମାନ ଯାତ୍ରାରେ ନୂତନ ଅଧ୍ୟାୟର ଆରମ୍ଭ। ଭୁବନେଶ୍ୱରରୁ ପ୍ରଥମ କରି ଗୋଆକୁ ଉଡ଼ିବ ବିମାନ। ଉପକୃତ ହେବେ ଯାତ୍ରୀ। ଓଡ଼ିଶା ଲୋକ ଗୋଆ ଯିବା ପାଇଁ ଆଉ ବିମାନ ସେବାରେ ବାଧାପ୍ରାପ୍ତ ହେବେ ନାହିଁ।
କିମ୍ୱା ଅଲଗା ଅଲଗା ବିମାନ ବଦଳାଇବାକୁ ପଡିବ ନାହିଁ। ଏଣିକି ସିଧା ସଳଖ ଭୁବନେଶ୍ୱରରୁ ଯାଇ ଗୋଆରେ ପହଞ୍ଚିପାରିବେ। ଏନେଇ ସମସ୍ତ ପ୍ରକାର କାର୍ଯ୍ୟ ପ୍ରାୟ ଶେଷ ପର୍ଯାୟରେ। ଆଉ କିଛି ଦିନ ପରେ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ।
ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ। ସୁବିଧାରେ କରିପାରିବେ ଯାତ୍ରା। ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।