fbpx
BJD SKY
BJD SKY

ଜାତୀୟ ଡାକ୍ତର ଦିବସ: ଏଫଏଲଓ ଭୁବନେଶ୍ୱର ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ଼ ୱାରିୟର୍ସ ସମ୍ମାନିତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସହରର କ୍ୟାପିଟାଲ ହସ୍ପିଟାଲରେ ୧୩୦୦ ରୁ ଅଧିକ କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରି ଏଫଏଲଓ ,ଭୁବନେଶ୍ୱର ଗୁରୁବାର ଦିନ ଜାତୀୟ ଡାକ୍ତର ଦିବସ ପାଳନ କରିଛି। କାର୍ଯ୍ୟକ୍ରମରେ ଡାକ୍ତରଖାନାର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀ ଅନ୍ତର୍ଭୁକ୍ତ ଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଡେପୁଟି କମିଶନର ଅଂଶୁମାନ ରଥ ଏବଂ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ  ‘ସୁଖ କିଟ୍’ ଦେଇ କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଥିଲେ। ଏଫଏଲଓ ଭୁବନେଶ୍ୱରର ଚେୟାରମ୍ୟାନ୍ ସି.ଏସ୍ ସୁନୀତା ମହାନ୍ତି କହିଛନ୍ତି ଯେ, ମାନବ ଜୀବନକୁ ବଞ୍ଚାଇବା ପାଇଁ ଇଶ୍ବରଙ୍କ ଦୂତ, ସମଗ୍ର ଡାକ୍ତରୀ ସମ୍ପ୍ରଦାୟକୁ ସମ୍ମାନ ଜଣାଇବା ପାଇଁ ଆମେ ଏହି ଦିନ ପାଳନ କରୁଛୁ।

Get real time updates directly on you device, subscribe now.