ପୁଡୁଚେରୀ: କେନ୍ଦ୍ରସାଶିତଅଞ୍ଚଳ ପୁଡୁଚେରୀରେ ୩୦ବର୍ଷର ରେକର୍ଡ ଭାଙ୍ଗିଛି ବାତ୍ୟା ଫେଙ୍ଗଲ । ଶନିବାର ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହା ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ଲଗାଣ ବର୍ଷା ହୋଇଥିଲା । ସ୍ଥାନୀୟ ଅଞ୍ଚଳ ଏବେବି ଜଳମଗ୍ନ ହୋଇ ରହିଛି । ଫେଙ୍ଗଲ ପ୍ରଭାବରେ ପୁଡୁଚେରୀରେ ୪୬ଏମଏମ ବର୍ଷା ହୋଇଛି, ଯାହାଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୦୦୪ ଅକ୍ଟୋବର ୩୧ରେ ପୁଡୁଚେରୀରେ ସର୍ବାଧିକ ୨୧ ଏମଏମ୍ ବର୍ଷା ରେକର୍ଡ କରାଯାଇଥିଲା । ବର୍ଷା କମିବା ପରେ ପ୍ରଭାବିତ ଅଞ୍ଚଳରେ ଜନଜୀବନ ସ୍ୱଭାବିକ ହୋଇଛି । ତାମିଲନାଡୁରେ ଗତ ୧୬ ଘଣ୍ଟାଧରି ବନ୍ଦ ଥିବା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ପାଣିପାଗରେ ସୁଧାର ଆସିବା ଯୋଗୁ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ଫେଙ୍ଗଲରେ ବିଶେଷ କ୍ଷତି ହୋଇ ନ ଥିଲେ ମଧ୍ୟ ୩ ଜଣଙ୍କ ଜୀବନ ଚାଲିଯାଇଛି । ଶନିବାର ଅପରାହ୍ନରେ ଫେଙ୍ଗଲ ଲ୍ୟାଣ୍ଡଫଲ କଲାପରେ ପୁଡ଼ୁଚେରୀ ନିକଟବର୍ତ୍ତୀ ଇଲାକାରେ ୬ ଘଣ୍ଟା ରହିଥିଲା । ପେଙ୍ଗଲର ଗତିବିଧି ନେଇ କିନ୍ତୁ କିଛି ଅଲଗା ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୬ ଘଣ୍ଟାକାଳ ଫେଙ୍ଗଲ ତାଣ୍ଡବଲିଳା କରିବା ପରେ ଶନିବାର ବିଳମ୍ବିତ ରାତିରେ ଗଭୀର ଅବପାତର ରୂପ ନେଇଥିଲା । ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟନିଲ ।
ନଦୀ ଉପକୂଳ ଅଞ୍ଚଳରେ ଫେଙ୍ଗଲ ଯୋଗୁ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ପୁଡୁଚେରୀ ନିକଟରେ ଥିବା କରାଇକଲ ଏବଂ ମହାବଳିପୁରମରେ ଅଧିକ ବର୍ଷା ହୋଇଛି । ବର୍ଷା କାରଣରୁ କିଛି ସ୍ଥାନରେ ବନ୍ୟାସ୍ଥିତି ଉପୁଜିଛି । ଆର୍ମି ଏବଂ ମୁତୟନ ରେସ୍କୁ୍ୟଟିମ୍ ବନ୍ୟାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିଛନ୍ତି । ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କ୍ରିଷ୍ଣା ନଗର, କୁବେର ନଗର ଏବଂ ଜିଭା ନଗରରେରେ ଉଦ୍ଧାର କାର୍ଯ୍ୟ ଜୋରଦାର୍ ଜାରି ରହିଛି । ଫେଙ୍ଗଲରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଏଟିଏମ୍ରୁ ଟଙ୍କା କାଢ଼ୁଥିବାବେଳେ ହୋଇଛି । ତାଙ୍କ ମୃତଦେହ ପାଣିରେ ଭାସିବା ପରେ ତାଙ୍କ ମୃତୁ୍ୟ ବାବଦରେ ଜଣାପଡ଼ିଥିଲା । ଚେନ୍ନାଇରେ ବର୍ତ୍ତମାନ ସୁଦ୍ଧା ରେଳ ଚଳାଚଳ ବନ୍ଦ ରହିଛି ।