fbpx
BJD SKY
BJD SKY

ବ୍ୟାଙ୍କରେ ବନ୍ୟାଜଳ ପଶିଯିବାରୁ ନଷ୍ଟ ହୋଇଗଲା ୪୦୦କୋଟି ଟଙ୍କା

BJD

ଓଡିଶା ଭାସ୍କର; ବ୍ୟାଙ୍କରେ ବନ୍ୟାଜଳ ପଶିଯିବାରୁ ଟଙ୍କା ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହା ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ବରଂ ଆପଣ ପରିକଳ୍ପନା କରି ପାରୁନଥିବା ଭଳି ମୋଟା ଅଙ୍କ ଅର୍ଥାତ ୪୦୦କୋଟି ଟଙ୍କା ନଷ୍ଟ ହୋଇଯାଇଛି । ଏହି ମୋଟା ଅଙ୍କ କଥା ଶୁଣିବା ମାତ୍ରେ ହିଁ ଆପଣଙ୍କର ହୋସ ଉଡିଯାଉଥିବ । ହେଲେ ଏହା ବନ୍ୟା ଜଳରେ ନଷ୍ଟ ହୋଇଯାଇଥିବା ଖବର ମିଳିଛି । ମହାରାଷ୍ଟ୍ରର ନାଗପୁରପୁ ସ୍ଥିତ ଏକ ବ୍ୟାଙ୍କରେ ଏଭଳି ଏକ ଆଶ୍ଚର୍ୟ୍ୟ ଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୪ ତାରିଖରେ ନାଗପୁରର ନାଗ ନଦୀରେ ବନ୍ୟା ଆସିବା ଫଳରେ ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ପ୍ରଭାବିତ ହୋଇଥିଲା। ବ୍ୟାଙ୍କରେ ନୋଟ ରହୁଥିବା ଷ୍ଟ୍ରଙ୍ଗ ରୁମରେ ପାଣି ପଶିଯାଇଥିଲା। ଯେଉଁଥିରେ କି ନୋଟ ବାକ୍ସ ଗୁଡିକ ସମ୍ପୂର୍ଣ୍ଣ ବୁଡିଯାଇଥିଲା । ଏହାପରେ ଜଳ ନିଷ୍କାସନ କରିବା ପାଇଁ ଗୋଟିଏ ଦିନର ସମୟ ଲାଗିଥିଲା। ହେଲେ ସେତେବେଳକୁ ପ୍ରାୟ ୪୦୦ କୋଟି ଟଙ୍କା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ ଉକ୍ତ ବ୍ୟାଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଅବଗତ କରାଯାଇଛି। ଏହା ସହ ମାମଲାର ତଦନ୍ତ ଆରମ୍ଭ ହୋଇଥିବା ମଧ୍ୟ ଜଣାପଡିଛି । ତେବେ ୧୯୬୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାସନ୍ତରାଓ ନାୟକଙ୍କ ନେତୃତ୍ୱରେ ଏହି ବ୍ୟାଙ୍କ ଉଦ୍ଘାଟିତ ହୋଇଥିଲା। ଏକ ଫୁଟେଜରେ ଦର୍ଶାଯାଇଛି ଯେ ବନ୍ୟାଜଳ ମୁଦ୍ରା ବାକ୍ସରେ ପ୍ରବେଶ କରୁଥିବାବେଳେ ଜଳ ଦ୍ୱାରା ଫସି ରହିଥିବା ସୁରକ୍ଷାକର୍ମୀମାନେ ଅସହାୟ ଭାବରେ ଏହାକୁ ଦେଖୁଥିଲେ। ହେଲେ ଏହାକୁ ତୁରନ୍ତ ସ୍ଥାନାନ୍ତରିତ କରିବା ସମ୍ଭବପର ହୋଇନଥିଲା ।

Get real time updates directly on you device, subscribe now.