ଏ କେମିତିକା ନିୟମ… ବିଳମ୍ବରେ ଅଫିସ ଆସିଲେ କଞ୍ଚାଲଙ୍କା ଖାଇବେ, ପ୍ରଣିପାତ ହୋଇ ମାଲିକକୁ ସ୍ବାଗତ କରିବେ….

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କମ୍ପାନୀଗୁଡିକ ନିଜ କର୍ମଚାରୀମାନଙ୍କ କଲ୍ୟାଣ ଏବଂ ବିକାଶ ପାଇଁ କାର୍ଯ୍ୟ କରିଥାଏ । କିନ୍ତୁ ଏଭଳି ଏକ କମ୍ପାନୀ ବିଷୟରେ ଖବର ସାମ୍ନାକୁ ଆସିଛି ଯାହାକି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କମ୍ପାନୀ ଚୀନର ବୋଲି ଜଣାପଡିଛି । ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କର୍ମଚାରୀମାନେ ତଳେ ଶୋଇ ନିଜ ବସକୁ ସ୍ବାଗତ କରୁଥିବା ଦେଖାଯାଇଛି । କେବଳ ଏତିକି ନୁହେଁ ଅଫିସ ବିଳମ୍ବରେ ଆସିଲେ କଞ୍ଚାଲଙ୍କା ଖାଇବା ପାଇଁ ବାଧ୍ୟ କରାଯାଇଛି । ତେବେ ଏଭଳି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଘଟଣା ଦକ୍ଷିଣ ଗୁଆଙ୍ଗୋ ସହରର ଏକ ଅଫିସର ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ପ୍ରାୟ 20 ଜଣ କର୍ମଚାରୀ ଗଡି ସ୍ଲୋଗାନ ଦେଇ ମାଲିକକୁ ସ୍ବାଗତ କରୁଥିବା ଦେଖାଯାଇଛି । ଆମେ ବଞ୍ଚିବା କିମ୍ବା ମରିବା ଅଲଗା ବିଷୟ କିନ୍ତୁ ଆମେ ଆମର କାର୍ଯ୍ୟ ମିଶନରେ ବିଫଳ ହେବୁ ନାହିଁ । ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ଅନୁଷ୍ଠାନର ଆଇନ ପ୍ରତିନିଧୀ ଏହି ଘଟଣାକୁ ଅସ୍ୱୀକାର କରି ଏହାକୁ ନକଲି ବୋଲି କହିଛନ୍ତି । 2020 ମସିହାରେ ଏହି ପରମ୍ପରାକୁ ବନ୍ଦ କରିଦେଇଥିବା କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ 80 ଲକ୍ଷରୁ ଅଧିକା ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି । ଏହା ଦ୍ବାରା ଜଣେ କର୍ମଚାରୀଙ୍କ ସମ୍ମାନରେ ହାନି ହେଉଥିବା ମଧ୍ୟ ୟୁଜର୍ସମାନେ ଅଭିଯୋଗ କରିଛନ୍ତି । ତେବେ କହିରଖୁଛୁ କି, ଏହା ଚୀନର ପ୍ରଥମ ମାମଲା ନୁହେଁ, ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ବିଷୟରେ ଖବର ପ୍ରସାରଣ ହୋଇଛି ।