fbpx

ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜନ୍ମ ଜୟନ୍ତୀ: ଜାଣନ୍ତୁ କେମିତି ବନିଥିଲେ ସେ “ଦ ଲେଡୀ ୱିଥ୍ ଦ ଲ୍ୟାମ୍ପ’

Advertisement

ପ୍ରତିବର୍ଷ ମେ ୧୨କୁ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଇଥାଏ । ବିଶ୍ୱରେ ଏହି ଦିନକୁ ନର୍ସ ଡେ ଭାବରେ ସେଲିବ୍ରେଟ କରିବାର ପଛର କାହାଣୀ ହେଉଛି ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୟନ୍ତୀ, ଯାହାଙ୍କୁ “ଦ ଲେଡୀ ୱିଥ୍ ଦ ଲ୍ୟାମ୍ପ’ଙ୍କ ନାମରେ ମଧ୍ୟ ପ୍ରସିଦ୍ଧ । ଫ୍ଲୋରେନ୍ସ ନାଇଟଆଙ୍ଗେଲ ଜଣେ ନର୍ସ ଏବଂ ଜଣେ ନେତା ଥିଲେ, ଯିଏକି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୁଦ୍ଦା ଉପରେ ୧୫୦ରୁ ଅଧିକ ପୁସ୍ତକ ଏବଂ ରିପୋର୍ଟ ଲେଖିଛନ୍ତି । ଏହା ସହ ସବୁଠୁ ପ୍ରଥମେ ପାଇ ଚାର୍ଟ ତିଆରି କରିବା ଶ୍ରେୟ ମଧ୍ୟ ତାଙ୍କୁ ଯାଉଛି । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ମହତ୍ୱପୂର୍ଣ୍ଣ କଥା ।

– ଫ୍ଲୋରେନ୍ସଙ୍କ ଜନ୍ମ ଇଟାଲୀର ଏକ ଧନୀ ପରିବାରରେ ୧୨ ମେ ୧୮୨୦ ମସିହାରେ ହୋଇଥିଲା । ଏକ ରିପୋର୍ଟ ଅନୂଯାୟୀ, ଫ୍ଲୋରେନ୍ସ କେବେ ସ୍କୁଲ ଯାଇନାହାଁନ୍ତି, ତାଙ୍କ ବାପା ତାଙ୍କୁ ପଢ଼ାଇଥିଲେ । ଫ୍ଲୋରେନ୍ସଙ୍କ ବାପା ତାଙ୍କୁ କମ୍ ବୟସରେ ବିବାହ କରାଇଦେବାକୁ ଚାହୁଥିଲେ, କିନ୍ତୁ ଫ୍ଲୋରେନ୍ସ ଏଥିପାଇଁ ପ୍ରସ୍ତୁତ ନଥିଲେ । ଫ୍ଲୋରେନ୍ସ କହୁଥିଲେ ତାଙ୍କର ଜନ୍ମ ଗରିବ ଏବଂ ରୋଗୀ ଲୋକଙ୍କ ସାହାଯ୍ୟ ପାଇଁ ହୋଇଛି । ସେଥିପାଇଁ ସେ ବିବାହ କରିବାକୁ ମନା କରିଦେଇଥିଲେ ।

– ଆଜି ବିଶ୍ୱରେ ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କୁ ନର୍ସ ଭାବରେ ଜଣାଯାଏ, ତାଙ୍କୁ ଜନ୍ମ ଦିବସକୁ ପ୍ରତିବର୍ଷ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଏ । କିନ୍ତୁ ଯେତେବେଳେ ସେ ନର୍ସ ହେବା ପାଇଁ ତାଙ୍କ ପିତା-ମାତାଙ୍କ ଆଗରେ କହିଥିଲେ ସେତେବେଳେ ତାଙ୍କୁ ମନା କରାଯାଇଥିଲା । କୁହାଯାଏ ଯେ ସେତେବେଳେ ନର୍ସ ପେଷାକୁ ଠିକ୍ ବୋଲି ଧରାଯାଉନଥିଲା । ତାଙ୍କୁ ତାଙ୍କର ମାତା-ପିତା ବିବାହ କରି ପରିବାର ସମ୍ଭାଳିବାକୁ କହିଥିଲେ, ଯାହାକୁ ଫ୍ଲୋରେନ୍ସ ସିଧା ସିଧା ମନାକରିଦେଇଥିଲେ ।

ତେବେ ଶେଷରେ ତାଙ୍କ ପିତା ତାଙ୍କୁ ପାଷ୍ଟର ଥିୟୋଡର ଫ୍ଲିଡନର ହସ୍ପିଟାଲ ଏବଂ ଲୁଥରନ ଡେକୋନେସେସ ସ୍କୁଲରେ ପଢ଼ିବା ପାଇଁ ତିନି ମାସ ପାଇଁ ଜର୍ମାନୀ ଯିବା ପାଇଁ ଅନୁମତି ଦେଇଥିଲେ । ଜର୍ମାନୀରେ ତିନି ମାସର କାର୍ଯ୍ୟକ୍ରମ ଶେଷ କରିବା ପରେ ନାଇଟଆଙ୍ଗେଲ ସିଷ୍ଟର୍ସ ଅଫ୍ ନର୍ସ ସହ ଆଗାମୀ ଟ୍ରେନିଂ ପାଇଁ ପ୍ୟାରିସ ଚାଲିଯାଇଥିଲେ । ଯେତେବେଳେ ସେ ୩୩ ବର୍ଷର ଥିଲେ, ସେତେବେଳେ ସେ ନିଜର ନାଁ ବନାଇସାରିଥିଲେ । ସେ ୧୮୫୩ରେ ଇଂଲଣ୍ଡ ଆସିଥିଲେ ଏବଂ ଲଣ୍ଡନରେ ଏକ ହସ୍ପିଟାଲ ଲରେ ସୁପରିଟେଣ୍ଡେଣ୍ଟ ଏବଂ ମ୍ୟାନେଜର ହୋଇଥିଲେ ।

“ଦ ଲେଡୀ ୱିଥ୍ ଦ ଲ୍ୟାମ୍ପ’ ପଛର କାହାଣୀ:

ଯେତେବେଳେ ୧୮୫୪ ରେ ଋଷରେ କ୍ରିମିଆ ଯୁଦ୍ଧ ଆରମ୍ଭ ହୋଇଥିଲା , ସେତେବେଳେ ଇଂରେଜଙ୍କ ପାଖରେ ଅସୁସ୍ଥ ଏବଂ ଆହତ ସୈନିକଙ୍କ କଥା ବୁଝିବା ପାଇଁ ସୁବିଧା ନଥିଲା । ମେଡିକାଲ ସୁବିଧା ନଥିଲା, ଭିଡ଼ ଏବଂ ଅପରିଷ୍କାର ମାହୋଲରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଖବରକାଗଜରେ ଚିକିତ୍ସାର ଭୟାନକ ସ୍ଥିତି ବିଷୟରେ ଦେଖାଇବା ଆରମ୍ଭ ହୋଇଥିଲା । ଏହି ସମୟରେ ଯୁଦ୍ଧ ସଚିବ, ସିଡନୀ ହର୍ବର୍ଟ ନାଇଟଆଙ୍ଗେଲଙ୍କୁ ନର୍ସଙ୍କ ଏକ ଟିମ୍ ସହ ପ୍ରସ୍ତୁତ ରହିବାକୁ କହିଥିଲେ ଯେଉଁମାନେ ଆହତ ସୈନିକଙ୍କ ଚିକିତ୍ସା କରିବାକୁ ଯିବେ । ନାଇଟଆଙ୍ଗେଲ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ ଏବଂ ୪ ନଭେମ୍ବର ୧୮୫୪ରେ ନାଇଟଆଙ୍ଗେଲ ଏବଂ ୩୮ ନର୍ସ କନ୍ସଣ୍ଟାଣ୍ଟିନୋପଲ ବାହାରେ ବ୍ରିଟ୍ରିଶ କ୍ୟାମ୍ପରେ ପହଞ୍ଚିଥିଲେ । ଯେମିତି-ଯେମିତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା ଡାକ୍ତରଙ୍କ ଆବଶ୍ୟକତା ବଢ଼ିବାରେ ଲାଗିଥିଲା । ନର୍ସମାନେ ସୈନିକଙ୍କ ଯଥାସମ୍ଭବ ଚିକିତ୍ସା କରିବାରେ ଲାଗିଥିଲେ । ଫ୍ଲୋରେନ୍ସ ଆହତଙ୍କ ଚିକିତ୍ସା କରିବାରେ ରାତି ଦିନ ଏକ କରିଦେଇଥିଲେ । ଏମିତିକି ରାତିରେ ସେ ଏକ ଦୀପ ସାଥିରେ ଧରିି ରୋଗୀଙ୍କୁ ଚିକିତ୍ସା କରୁଥିଲେ । ସେଥିପାଇଁ ତାଙ୍କ ନାମ “ଦ ଲେଡି ୱିଥ୍ ଦ ଲ୍ୟାମ୍ପ’ ହୋଇଯାଇଥିଲା । ଛଅ ମାସ ଧରି ତାଙ୍କର ନିସ୍ୱାର୍ଥପର ସେବା କାରଣରୁ ମୃତ୍ୟୁହାର ୪୦ ପ୍ରତିଶତରୁ ୨ ପ୍ରତିଶତକୁ ଖସିଆସିଥିଲା ।

ତେବେ ୧୯୧୦ ମସିହା ଅଗଷ୍ଟ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା, ତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ରେଡକ୍ରସ ଇଣ୍ଟରନାସନାଲ କମିଟି ଫ୍ଲୋରେନ୍ସ ନାଇଟଆଙ୍ଗେଲ ମେଡଲ ତିଆରି କରିଥିଲେ, ଯାହା ପ୍ରତି ଦୁଇବର୍ଷରେ ଉକ୍ରୃଷ୍ଟ ନର୍ସଙ୍କୁ ଦିଆଯାଇଥାଏ । ଏହା ଛଡ଼ା ୧୯୬୫ ରେ ତାଙ୍କର ଜୟନ୍ତୀ ପରେ ଅନ୍ତରାଷ୍ଟ୍ରୀୟ ନର୍ସ ଦିବସ ପାଳନ କରାଯାଏ । ମେ ୨୦୧୦, ଲଣ୍ଡନର ସେଣ୍ଟ ଥମସ ହସ୍ପିଟାଲରେ ଫ୍ଲୋରେନ୍ସ ନାଇଟଆଙ୍ଗେଲ ମ୍ୟୁଜିୟମ ନାଇଟଆଙ୍ଗେଲଙ୍କ ମୃତ୍ୟୁର ୧୦୦ ତମ ଜୟନ୍ତୀର ସମ୍ମାନ କରିବା ପାଇଁ ପୁଣିଥରେ ଖୋଲାଯାଇଥିଲା ।

Get real time updates directly on you device, subscribe now.