fbpx

ଶିଶୁ ଯୌନ ଶୋଷଣ ସମ୍ପର୍କରେ ସଚେତନତା ଆବଶ୍ୟକ: କଙ୍ଗନା ରାଣାୱତ୍

ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତ । ଟିଭି ଶୋ ‘ଲକ୍ଅପ୍’ରେ ଏଭଳି ଖୁଲାସା କରିଛନ୍ତି କଙ୍ଗନା । ଶୋ’ର ପ୍ରତିଯୋଗୀ ମୁନୱର ଫାରୁକୀ ତାଙ୍କ ଜୀବନର ଏକ ଗୁମର କଥା ସମସ୍ତଙ୍କ ସାମ୍ନାରେ ଶେୟାର କରିବା ପରେ କଙ୍ଗନା ମଧ୍ୟ ତାଙ୍କ ଜୀବନ ଏହି ଗୁମର ଖୋଲିଥିଲେ । ଫାରୁକୀ ତାଙ୍କ ଜୀବନର ସିକ୍ରେଟ୍ ଖୋଲିବାକୁ ଯାଇ କହିଛନ୍ତି ଯେ ସେ ତାଙ୍କ ପିଲାଦିନେ ଯୌନ ଶୋଷର ଶିକାର ହୋଇଛନ୍ତି ।
ସେ କହିଛନ୍ତି ‘ମୁଁ ଯେତେବେଳେ ଯୌନ ଶୋଷଣର ଶିକାର ହେଲି ସେତେବେଳେ ମୋତେ ୬-୭ ବର୍ଷ ହୋଇଥିଲା । ସେମାନେ ମୋର ସମ୍ପର୍କୀୟ ଥିଲେ । ୪-୫ ବର୍ଷ ମୋ ସହିତ ଏଭଳି ଘଟିଥିଲା । ସେମାନେ ମୋ ପରିବାରର ଅତି ନିକଟତର ଥିଲେ । ତେଣୁ ମୁଁ କିଛି ବୁଝିପାରି ନଥିଲି । ୪ ବର୍ଷ ଏଭଳି ଘଟିବା ପରେ ସେମାନେ ଅନୁଭବ କଲେ ଯେ ଏହା ବନ୍ଦ କରିବା ଦରକାର ।’

ଫାରୁକୀଙ୍କ କାହାଣୀ ଶୁଣି ସାରିବା ପରେ କଙ୍ଗନା ମଧ୍ୟ ଜବାବରେ ତାଙ୍କ ସହିତ ହୋଇଥିବା ଯୌନ ଶୋଷଣର କଥା କହିଥିଲେ । କଙ୍ଗନା କହିଥିଲେ ‘ମୁନୱର ପ୍ରତିବର୍ଷ ଏମିତି ଅନେକ ଛୋଟପିଲା ଯୌନଶୋଷଣର ଶିକାର ହୁଅନ୍ତି । କିନ୍ତୁ ସେମାନେ ଏସବୁ ସର୍ବସମ୍ମୁଖରେ କୁହନ୍ତି ନାହିଁ । ପିଲାଦିନେ ପ୍ରାୟ ସମସ୍ତେ ଏମିତି ଏକ ଅଶୋଭନୀୟ ଛୁଆଁର ଶିକାର ହୋଇଥିବେ । ଏମିତି ଘଟଣା ପ୍ରାୟ ସମସ୍ତଙ୍କ ସହିତ ଘଟିଥିବ । ମୋ ସହିତ ବି ଘଟିଛି । ମୁଁ ଯେତେବେଳେ ବହୁତ ଛୋଟ ଥିଲି, ସେତେବେଳେ ମୋ ଠାରୁ ସାମାନ୍ୟ କିଛି ବର୍ଷ ବଡ଼ ଜଣେ ପୁଅପିଲା ମୋତେ ବାରମ୍ବାର ଅଶୋଭନୀୟ ସ୍ପର୍ଶ କରୁଥିଲା । ହେଲେ ମୁଁ ସେତେବେଳେ ଏହାର ଅର୍ଥ ବୁଝିପାରି ନଥିଲି ।

ତେବେ ପ୍ରତ୍ୟେକ ପିଲାଙ୍କୁ ଏମିତି ସ୍ଥିତି ଦେଇ ଯିବାକୁ ପଡ଼ିଥାଏ । ସେମାନଙ୍କ ପରିବାର ଯେତେ କଡ଼ା ନଜର ରଖନ୍ତୁ ନା କାହିଁକି ।’ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ‘ତେବେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆପଣ କହିଲେ ଯେ ଏଭଳି ଘଟଣା ପାଇଁ ସମସ୍ତେ ନିଜକୁ ଦାୟୀମନେ କରନ୍ତି । ଏ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇପାରେ, କାରଣ ସେମାନେ ବହୁତ ଛୋଟ ହୋଇଥାନ୍ତି । ଆପଣ ସେମାନଙ୍କୁ ଯୌନ ସମ୍ପର୍କିତ ଜ୍ଞାନ ଦେଇପାରିବେ ନାହିଁ କି କେଉଁଟା ଭଲ ଛୁଆଁ କେଉଁଟା ଖରପା ଛୁଆଁ ସେ ବିଷୟରେ କହିପାରିବେ ନାହିଁ ।

ପ୍ରକୃତରେ ସମାଜରେ ଏହା ଏକ ବଡ଼ ସମସ୍ୟା । ଯାହାର ସମ୍ମୁଖୀନ ହେଉଛନ୍ତି ପିଲାମାନେ । ଏଥିପାଇଁ ପିଲାମାନେ ଜୀବନକୁ ନେଇ ଆଘାତ ପାଆନ୍ତି ଓ ଭୟଭୀତ ହୁଅନ୍ତି । ପରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଏହି ସ୍ଥାନରୁ ଆମେ ଶିଶୁ ଯୌନ ଶୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛୁ ।

Get real time updates directly on you device, subscribe now.