fbpx

ରାତି ସାଢ଼େ ୨ଟାରେ ୧୦୦ ନମ୍ବର ଡାଏଲ୍ କଲା ମଦୁଆ: ପୋଲିସକୁ ପଚାରିଲା- ୨ ବୋତଲ ବିୟର ମିଳିବ କି?

ନୂଆଦିଲ୍ଲୀ: ବେଳେବେଳେ କିଛି ଲୋକ ମଦ ନିଶାରେ ଏପରି କିଛି କାମ କରିଦିଅନ୍ତି, ଯାହାକୁ କେହି ଆଶା ବି କରିପାରନ୍ତି ନାହିଁ । ମଦନିଶାରେ ଜଣେ ବ୍ୟକ୍ତି ଏପରି ଏକ ଆଶ୍ଚର୍ଯ୍ୟକର କାମ କରିଛନ୍ତି, ଯାହା ବିଷୟରେ କେହି ଭାବି ବି ପାରିବେ ନାହିଁ । ଜଣେ ୨୨ ବର୍ଷୀୟ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ୧୦୦ ଡାଏଲ୍ କରି ପୋଲିସକୁ ୨ ବୋତଲ ବିୟର ଆଣିବାକୁ କହିଥିଲା । ଏହି ଘଟଣା ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଘଟିଛି ।

ସୂଚନା ଅନୁସାରେ, ହାଇଦ୍ରାବାଦରେ ରହୁଥିବା ମଧୁ ନାମକ ଜଣେ ଯୁବକ ୧୦୦ ନମ୍ବରକୁ ଡାଏଲ କରିଥିଲେ । ସେ ବିପଦରେ ଥିବା ସହ କିଛି ଲୋକ ତାଙ୍କ ଉପରକୁ ଆକ୍ରମଣ କରିବାର ଧମକ ଦେଇଛନ୍ତି ବୋଲି ଯୁବକ କହିଥିଲେ । କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତାଙ୍କୁ ନିଶାସକ୍ତ ଅବସ୍ଥାରେ ପାଇଥିଲା । ନିକଟରେ ଏକ କାର୍ଯ୍ୟକ୍ରମ ବି ଚାଲିଥିଲା ।

ପୋଲିସ ଯୁବକଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ । କିନ୍ତୁ ଯୁବକ ଜଣକ ପୋଲିସକୁ ୨ ବୋତଲ ବିୟର ଆଣି ଦେବାକୁ କହିଥିଲା । ଫଳରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ଓ ପରେ ମଧୁକୁ ଉଚିତ୍ ଶିକ୍ଷା ଦେଇ ଛଡ଼ାଯାଇଥିଲା ।

Get real time updates directly on you device, subscribe now.