fbpx
BSKY SKY
BSKY SKY

ଦେଶରେ ବଢୁଛି ଫ୍ଲ୍ୟୁ ମାମଲା, କୋଭିଡ ପରି ଦେଖାଯାଉଛି ଲକ୍ଷଣ, ପରାମର୍ଶ ଜାରି କଲେ କେନ୍ଦ୍ର

BSKY

ନୂଆଦିଲ୍ଲୀ: ଭାରତରେ ଦୀର୍ଘ ଦିନ ଧରି ଥଣ୍ଡା, ଜ୍ୱର ଏବଂ କାଶ ସହିତ ଇନଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ଦୁଇବର୍ଷ ଧରି ଦେଶ କୋଭିଡ ମହାମାରୀର ସମ୍ମୂଖୀନ ହେବା ପରେ ବର୍ତ୍ତମାନ ଏହି ମାମଲାର ସଂଖ୍ୟା ବୃଦ୍ଧି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ତେବେ ସୂଚନା ଅନୁଯାୟୀ, ସଂପୂର୍ଣ୍ଣ ଦେଶରେ ଜ୍ୱର ଏବଂ ଫ୍ଲ୍ୟୁ ବଢିବା ମାମଲା ଏକ ବଡ ସଂଖ୍ୟାରେ ସାମ୍ନାକୁ ଆସିଛି । ଇଣ୍ଡିଆନ କାଉଁସିଲ ଅଫ ମେଡିକାଲ ରିସର୍ଚ୍ଚ କହିଛି ଯେ, ଏହା Influenza A subtype H3N2 virus କାରଣରୁ ବ୍ୟାପୁଛି ।

H3N2 ଜୀବାଣୁ ଅନ୍ୟ ଉପ ପ୍ରକାର ଅପେକ୍ଷା ଡାକ୍ତରଖାନାରେ ଭର୍ତ୍ତି ହେବାର ଅଧିକ କାରଣ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ଦୁଇ ତିନି ମାସ ଧରି ସମଗ୍ର ଭାରତରେ ଏହି ମାମଲା ରିପୋର୍ଟ ହୋଇଆସୁଛି।ଏହାର ଲକ୍ଷଣ ସାଧାରଣତଃ ଜ୍ୱର ସହିତ ଏକ ସ୍ଥାୟୀ କାଶ ଅନ୍ତର୍ଭୁକ୍ତ । ସାଂପ୍ରତିକ ପରିସ୍ଥିତିରେ, ଅନେକ ରୋଗୀ ଦୀର୍ଘ ସମୟ ଧରି ଏଭଳି ଲକ୍ଷଣ ବିଷୟରେ ଅଭିଯୋଗ କରିଛନ୍ତି।ସିଦ୍ଧ ଡାକ୍ତରଖାନାର ଡାକ୍ତର ଅନୁରାଗ ମେହେରୋତ୍ରା କହିଛନ୍ତି, “ସଂକ୍ରମଣ ଭଲ ହେବା ପାଇଁ ସମୟ ନେଉଛି। ଲକ୍ଷଣଗୁଡିକ ତୀବ୍ର ଏବଂ ରୋଗୀ ସୁସ୍ଥ ହେବାର ବହୁ ଦିନ ପରେ ଏହି ଲକ୍ଷଣଗୁଡିକ ଜାରି ରହିଛି।”

ବିଶେଷଜ୍ଞମାନେ କହିଛନ୍ତି ଯେ, H3N2 ଜୀବାଣୁ ଅନ୍ୟ ସ୍ୱାଇନ୍ ଫ୍ଲୁ ଉପ ପ୍ରକାର ଅପେକ୍ଷା ଏଥର ଅଧିକ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ କ୍ଲିନିକାଲ୍ ଟ୍ରାଏଲ୍ ବିଶେଷଜ୍ଞ ଡକ୍ଟର ଅନୀତା ରମେଶ କହିଛନ୍ତି ଯେ, ସ୍ୱାଇନ୍ ଫ୍ଲୁର ନୂଆ ଷ୍ଟ୍ରେନ୍ ସାଂଘାତିକ ନୁହେଁ। “ଏହା ଜୀବନ ପ୍ରତି ବିପଦଜନକ ନୁହେଁ। କିନ୍ତୁ ଶ୍ୱାସକ୍ରିୟାରେ ମୋର କିଛି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିଲା। ଏହାର କିଛି ଲକ୍ଷଣ କୋଭିଡ ଭଳି, କିନ୍ତୁ ମୋର ସମସ୍ତ ରୋଗୀ କୋଭିଡ ପରୀକ୍ଷାରେ ନେଗେଟିଭ ରେଜଲ୍ଟ ପାଇଛନ୍ତି।” ଲୋକଙ୍କୁ ଜୀବାଣୁ ସଂସ୍ପର୍ଶରେ ଆସିବାରୁ ରକ୍ଷା କରିବା ପାଇଁ ଆଇସିଏମ୍ଆର ‘କର ଏବଂ କର ନାହିଁ’ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ, ଦେଶରେ କାଶ, ଥଣ୍ଡା ଏବଂ ବାନ୍ତି ହେତୁ ବଢୁଥିବା ଆଣ୍ଟିବାୟୋଟିକ୍ ବ୍ୟବହାରରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରାମର୍ଶ ଦେଇଛି। ଆଣ୍ଟିବାୟୋଟିକ୍ ନୁହେଁ କେବଳ ଲକ୍ଷଣାତ୍ମକ ଚିକିତ୍ସା ଲେଖିବାକୁ ଆସୋସିଏସନ୍ ଡାକ୍ତରମାନଙ୍କୁ କହିଛି। ଆଇଏମଏ ଏକ ବିବୃତ୍ତିରେ କହିଛି, “ଆମେ କୋଭିଡ ସମୟରେ ଆଜିଥ୍ରୋମାଇସିନ୍ ଏବଂ ଆଇଭର୍ମେକ୍ଟିନର ବ୍ୟାପକ ବ୍ୟବହାର ଦେଖି ସାରିଛୁ। ଆଣ୍ଟିବାୟୋଟିକ୍ ଲେଖିବା ପୂର୍ବରୁ ସଂକ୍ରମଣ ବ୍ୟାକ୍ଟେରିଆ ଅଛି କି ନାହିଁ ତାହା ଜାଣିବା ଆବଶ୍ୟକ।”

Get real time updates directly on you device, subscribe now.